ଓଡିଶା

odisha

ବନ୍ଦ ହେବନି ଏୟାର ଇଣ୍ଡିଆ

By

Published : Jan 5, 2020, 7:08 PM IST

ଏୟାର ଇଣ୍ଡିଆ ବିମାନ ଚଳାଚଳ ବନ୍ଦ ହେବ ନାହିଁ ଓ ଏହା ଏକ ଗୁଜବ । ଏୟାର ଇଣ୍ଡିଆର ଚେୟାରମ୍ୟାନ ଅଶ୍ବିନୀ ଲୋହାନୀ ଟ୍ବିଟ କରି ଏହା ସ୍ପଷ୍ଟ କରିଛନ୍ତି ।

#Air india
ବନ୍ଦ ହେବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ବନ୍ଦ ହେବ ନାହିଁ, ଏହା ଏକ ଗୁଜବ । ପୂର୍ବରୁ ଏୟାର ଇଣ୍ଡିଆ ଯେପରି ଉଡାଣ ଭରୁଥିଲା ଠିକ ସେହିପରି ଉଡାଣ ଭରିବ ଓ ପରିଚାଳନାକୁ ଆହୁରି ବିସ୍ତାର କରାଯିବ । ଏମିତି କିଛି ଟ୍ବିଟ କରି କହିଛନ୍ତି ଏୟାର ଇଣ୍ଡିଆ ଚେୟାରମ୍ୟାନ ଅଶ୍ବିନୀ ଲୋହାନୀ ।

ସେ ନିଜ ଟ୍ବିଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ , ଏୟାର ଇଣ୍ଡିଆ ପରିଚାଳନା ବ୍ୟବସ୍ଥା ବନ୍ଦ କରାଯିବ ଏହା ଏକ ଗୁଜବ । ଯାତ୍ରୀ ହୁଅନ୍ତୁ କି କର୍ପୋରେଟ ବା ଏଜେଣ୍ଟ କାହାରିକୁ ବି ଚିନ୍ତା କରିବା ଦରକାର ନାହିଁ । ଏୟାର ଇଣ୍ଡିଆ ଏବେ ବି ଦେଶର ସବୁଠାରୁ ବଡ ବିମାନ କମ୍ପାନୀ ।

ନିକଟରେ ଲୋହାନୀ ବିମାନ ନଗର ମନ୍ତ୍ରାଳୟକୁ ପଠାଯାଇଥିବା ଏକ ଚିଠିରେ ଉଲ୍ଲେଖ କରି କହିଥିଲେ ଯେ, ଏୟାର ଇଣ୍ଡିଆର ଆର୍ଥିକ ବ୍ୟବସ୍ଥା ଏବେ ଭଲ ନାହିଁ । ସରକାରଙ୍କୁ ଲଗାତାର ଭାବରେ ଯେଉଁ ଦାବି କରାଯାଉଛି ଯଦି ସରକାର ତାହାକୁ ପୂରଣ ନକରିବେ ତେବେ କମ୍ପାନୀର ପରିଚାଳନା ବନ୍ଦ ହୋଇପାରେ ।

ନଗର ବିମାନ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏୟାର ଇଣ୍ଡିଆ ପରିଚାଳନା ବ୍ୟବସ୍ଥା ଜାରି ରଖିବାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । ଏହାସହ ସେ 31 ଡିସେମ୍ବରରେ ସ୍ପଷ୍ଟ କରିଥିଲେ ଯେ ଯେ ପର୍ଯ୍ୟନ୍ତ ପୁଞ୍ଜିନିବେଶ ହୋଇନାହିଁ ସେ ପର୍ଯ୍ୟନ୍ତ ବିମାନ ଚଳଚାଳ ସ୍ବାଭାବିକ ରହିବ । ଏହାସହ ସେ ସ୍ବୀକାର କରିଥିଲେ ଯେ ଏୟାର ଇଣ୍ଡିଆର ପ୍ରତ୍ୟେକ ଦିନ 20ରୁ 26 କୋଟିର କ୍ଷତି ହେଉଛି ।

ABOUT THE AUTHOR

...view details