ଓଡିଶା

odisha

ETV Bharat / bharat

‘ବନ୍ଦେ ଭାରତ’ ମିଶନରେ ଭାରତରେ ପହଞ୍ଚିଛନ୍ତି 2.5 ଲକ୍ଷ ଭାରତୀୟ - 2.5 lakh indians from 53 countries

ଏୟାର ଇଣ୍ଡିଆ ‘ବନ୍ଦେ ଭାରତ ମିଶନ’ ଅଧୀନରେ 53 ଟି ଦେଶରୁ 2.5 ଲକ୍ଷରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିଛି। ଏହାସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ 24 ନଭେମ୍ବର ପର୍ଯ୍ୟନ୍ତ ବିମାନ ଭଡା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଛି।

‘ବନ୍ଦେ ଭାରତ’ ମିଶନ
‘ବନ୍ଦେ ଭାରତ’ ମିଶନ

By

Published : Jul 25, 2020, 1:32 PM IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ‘ବନ୍ଦେ ଭାରତ ମିଶନ’ ଅଧୀନରେ 53 ଟି ଦେଶରୁ 2.5 ଲକ୍ଷରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିଛି। ଏୟାର ଇଣ୍ଡିଆ ଏକ ଟ୍ବିଟରେ କହିଛି ଯେ, ବନ୍ଦେ ଭାରତ ମିଶନର ପଞ୍ଚମ ପର୍ଯ୍ୟାୟ ଆସନ୍ତା ମାସ ଅଗଷ୍ଟ 1ରୁ ଆରମ୍ଭ ହେବ।

ଏୟାର ଇଣ୍ଡିଆ ବିଭିନ୍ନ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ଅନେକ ବିମାନ ସଂଯୋଗ କରିଛି । ଏହାର ସବିଶେଷ ତଥ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଟ୍ବିଟରେ କୁହାଯାଇଛି। ଏନେଇ ଖୁବ୍ ଶୀଘ୍ର ସବିଶେଷ ତଥ୍ୟ ଘୋଷଣା କରାଯିବ। ଏହାସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ 24 ନଭେମ୍ବର ପର୍ଯ୍ୟନ୍ତ ବିମାନ ଭଡା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଛି। ଲକଡାଉନ୍ ପରେ ବିମାନ ଚଳାଚଳ କରିବାକୁ ଅନୁମତି ପାଇବା ପରେ 21 ମେ ରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା।

ଦୂରତା ଆଧାରରେ ବିମାନ ଭଡା ପାଇଁ ଏକ ସୀମା ନିର୍ଦ୍ଧାରଣ କରାଯାଇଥିଲା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଡା ଅଧିକ ବୃଦ୍ଧି ନକରିବା ପାଇଁ ଅଙ୍କୁଶ ଲଗାଯାଇଥିଲା । ଏକ ନିର୍ଦ୍ଧାରିତ ଭଡା ଅନୁସାରେ ଏହା ପରିଚାଳିତ ହେଉଥିଲା ।

ABOUT THE AUTHOR

...view details