ଓଡିଶା

odisha

ETV Bharat / bharat

କୋରୋନାକୁ ନେଇ ବାୟୁସେନା ଗ୍ରୁପ କ୍ୟାପଟେନଙ୍କ ବାର୍ତ୍ତା - Sandeep Kumar sends corona alert to people

କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜନେତା, ପୋଲିସ, କଣ୍ଠଶିଳ୍ପୀଙ୍କ ଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଥିବା ବେଳେ ଆଜି ଜଣେ ସେନା କର୍ମଚାରୀ ଲୋକଙ୍କୁ ସଚେତନ ରହିବାକୁ ନିବେଦନ କରିଛନ୍ତି । ସେ ହେଉଛନ୍ତି ଦ୍ବାରକାର ସୁଖ ସାଗର ଆପାର୍ଟମେଣ୍ଟରେ ରହୁଥିବା ବାୟୁସେନାର ଗ୍ରୁପ କ୍ୟାପଟେନ ସନ୍ଦୀପ କୁମାର । ଅଧିକ ପଢନ୍ତୁ...

Air Force Group Captain Sandeep Kumar sends corona alert to people
ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଲେ ବାୟୁସେନା ଗ୍ରୁପ କ୍ୟାପଟେନ

By

Published : Apr 5, 2020, 3:07 PM IST

ଦ୍ବାରକା: ସାରା ବିଶ୍ବରେ ଚାଲିଥିବା ଏହି କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜନେତା, ପୋଲିସ, କଣ୍ଠଶିଳ୍ପୀଙ୍କ ଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । କିନ୍ତୁ ଆଜି ଜଣେ ସେନା କର୍ମଚାରୀ ଲୋକଙ୍କୁ ସଚେତନ ରହିବାକୁ ନିବେଦନ କରିଛନ୍ତି । ସେ ହେଉଛନ୍ତି ଦ୍ବାରକାର ସୁଖ ସାଗର ଆପାର୍ଟମେଣ୍ଟରେ ରହୁଥିବା ବାୟୁସେନାର ଗ୍ରୁପ କ୍ୟାପଟେନ ସନ୍ଦୀପ କୁମାର ।

ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଲେ ବାୟୁସେନା ଗ୍ରୁପ କ୍ୟାପଟେନ

ତେବେ ଏହି ମହାମାରୀକୁ ପ୍ରତିହତ କରିବାକୁ ହେଲେ ଆମକୁ ଏକାଠି କୋରୋନା ବରୁଦ୍ଧରେ ଲଢେଇ କରିବାକୁ ପଡ଼ିବ ଏବଂ ଘରେ ରହି ଲକଡାଉନକୁ ପାଳନ କରିବାକୁ ପଡ଼ିବ । ଏହି ଲକଡାଉନ ଆମପାଇଁ କୌଣସି ଦଣ୍ଡ ବିଧାନ ନୁହେଁ , ଏହା ଆମ ଦେଶବାସୀଙ୍କ ସୁରକ୍ଷା ପାଇଁ ସରକାର କାର୍ଯ୍ୟକାରୀ କରୁଛନ୍ତି । ତେଣୁ ଆମେ ସମସ୍ତେ ସରକାରଙ୍କ ଏହି ନିୟମାବଳୀକୁ ପାଳନ କରିବା ଦରକାର, ତାସହ ସମସ୍ତଙ୍କୁ ସଚେତନ କରାଇବା ଦରକାର ବୋଲି ସନ୍ଦୀପ କହିଛନ୍ତି ।

ତେବେ ସାରା ବିଶ୍ବରେ ଚାଲିଥିବା ଏହି ମହାସଂଗ୍ରାମରେ ଆମ ପାଇଁ ଦିନରାତି ଖରାତରାରେ କାମ କରୁଥିବା ପୋଲିସ , ଡାକ୍ତର, ଏବଂ ଯବାନ ମାନଙ୍କ ଦିର୍ଘାୟୁ ଆମକୁ କାମନା କରିବା ଦରକାର । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଆମ ସୁରକ୍ଷା ପାଇଁ ଦେଇଥିବା ନିର୍ଦ୍ଦେଶାବଳୀକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡ଼ିବ ବୋଲି ସନ୍ଦୀପ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details