ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏୟାର ମାର୍ଶାଲ୍ ରାକେଶ କୁମାର ସିଂହ ଭଦୋରିଆ । କାର୍ଯ୍ୟଭାର ଗ୍ରହଣ କରିବା ପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଏବଂ ଚୀନକୁ ଚେତାବନୀ ଦେଇଛନ୍ତି ସେ । ଆବଶ୍ୟକ ପଡିଲେ ବାୟୁସେନା ପୁଣିଥରେ ବାଲାକୋଟ ଭଳି ଏୟାରଷ୍ଟ୍ରାଇକ କରିବ ବୋଲି ଜଣାଇ ଦେଇଛନ୍ତି ।
'ବାୟୁସେନା ପାଇଁ ଗେମ ଚେଞ୍ଜର ହେବ ରାଫେଲ' - ପାକିସ୍ତାନକୁ ଚେତାବନୀ ଦେଲେ ବାୟୁସେନା ମୁଖ୍ୟ ଭଦୌରିଆ
ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ମାତ୍ରେ ପାକିସ୍ତାନ ଏବଂ ଚୀନକୁ କଡା ଚେତାବନୀ ଦେଇଛନ୍ତି ଏୟାର ମାର୍ଶାଲ ରାକେଶ କୁମାର ସିଂହ ଭଦୋରିଆ।
ସୋମବାର ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,‘ବାୟୁସେନା ସମସ୍ତ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି । ଆବଶ୍ୟକ ପଡିଲେ ପୁଣିଥରେ ବାଲକୋଟ ଭଳି ଅପରେସନ କରାଯିବ । ରାଫେଲ ବାୟୁସେନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ । ଏହା ଦ୍ବାରା ଆମର ଶକ୍ତି ବଢିଛି । ରାଫେଲ ପାକିସ୍ତାନ ଏବଂ ଚୀନ ଉପରେ ଭାରି ପଡିବ ।
ସେହିପରି ପାକିସ୍ତାନ ପଟୁ ଦିଆଯାଉଥିବା ପରମାଣୁ ଧମକ ଉପରେ ମତ ରଖି ନୂତନ ବାୟୁସେନା ମୁଖ୍ୟ କହିଛନ୍ତି, ପରମାଣୁ ଆକ୍ରମଣକୁ ନେଇ ସମସ୍ତ ଦେଶର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଥାଏ । ଏହାକୁ ନେଇ ଆମର ମଧ୍ୟ ନିଜସ୍ବ ଦୃଷ୍ଟିକୋଣ ରହିଛି । ଆମକୁ ଯାହା କରିବାର ଅଛି ଆମେ ତାହା କରିବୁ ।
TAGGED:
bhadauria warns Pakistan