ଓଡିଶା

odisha

ETV Bharat / bharat

ଋଷରେ YAK-130ରେ ଉଡାଣ ଭରିଲେ ବାୟୁ ସେନା ମୁଖ୍ୟ ବିଏସ୍‌ ଧନୱା - ବାୟୁ ସେନା ମୁଖ୍ୟ

ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିଏସ୍‌ ଧନୱା ଗୁରୁବାର ଋଷର ୟାକୋବଲେବ YAK-130 ମିଟେନ ଆଡଭାନ୍ସ ଜେଟ୍ ଟ୍ରେନରରେ ଉଡାଣ ଭରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 12, 2019, 6:49 AM IST

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିଏସ୍‌ ଧନୱା ଗୁରୁବାର ଋଷର ୟାକୋବଲେବ YAK-130 ମିଟେନ ଆଡଭାନ୍ସ ଜେଟ୍ ଟ୍ରେନରରେ ଉଡାଣ ଭରିଛନ୍ତି । YAK-130ରେ ଉଡାଣ ଭରିବା ପରେ ଏସିଏମ ଧନୱା ପାଇଲଟ ଏବଂ ଋଷ ଏରୋସ୍ପେସ ଫୋର୍ସେସର ଡେପ୍ୟୁଟି କମାଣ୍ଡର-ଇନ୍-ଚିଫଙ୍କୁ ଭେଟିଥିଲେ ।


ସିଏମ ଧନୱା YAK-130ରେ ଉଡାଣ ଭରିବା ପରେ କହିଥିଲେ ଏହା ଭାରତୀୟ ବାୟୁ ସେନାକୁ ପ୍ରାଥମିକ ଜ୍ଞାନ ଆହରଣ କରିବାରେ ସହାୟକ ହୋଇଥାଏ । ସୂଚନାନୁାସାରେ YAK-130 ବିମାନକୁ ଯୁଦ୍ଧ ସମୟରେ ବାୟୁସେନା ପକ୍ଷରୁ ସାମାନ୍ୟ ଯୁଦ୍ଧ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥାଏ ।

ସେହିପରି ଋଷର ରକ୍ଷାଧିକାରୀଙ୍କ କହିବାନୁଯାୟୀ, Su-35 ଏବଂ Su-57 ଷ୍ଟେଲଥ୍ ବିମାନ ସହିତ ନୂତନ ଭାବେ ପ୍ରସ୍ତୁତ କରାଯାଉଥିବା ଯୁଦ୍ଧ ବିମାନରେ ଉଡାଣ ଭରିବା ପୂର୍ବରୁ ବିମାନ ଚାଳକଙ୍କୁ YAK-130ରେ ପ୍ରଥମେ ପ୍ରଶିକ୍ଷଣ ଦିଆଯାଇଥାଏ ।


ତାଙ୍କ କହିବାନୁଯାୟୀ, YAK-130 ପାଇଲଟଙ୍କୁ 4 ++ ଏବଂ 5ମ ପୀଢିର ବିମାନକୁ ପ୍ରଶିକ୍ଷିତ କରିବା ପାଇଁ ଏକ ସଠିକ୍ ଯୁଦ୍ଧ ବିମାନ ଅଟେ ।


ସୂଚନାଯୋଗ୍ୟ, ବାୟୁ ସେନା ମୁଖ୍ୟ ବିଏସ ଧନୱା ଜୁଲାଇ 9 ରୁ 12 ତାରିଖ ପର୍ଯ୍ୟନ୍ତ 4 ଦିନିଆ ଋଷ ଗସ୍ତରେ ଅଛନ୍ତି । ଉଭୟ ଦେଶ ମଧ୍ୟରେ ରକ୍ଷା ସମ୍ବନ୍ଧକୁ ସୁଦୃଢ କରିବା ପାଇଁ ଋଷର ସଶସ୍ତ୍ର ବଳର ବରିଷ୍ଠ ଅଧିକାରୀଙ୍କୁ ସେ ଭେଟୁଛନ୍ତି । ଏହି କ୍ରମରେ ଋଷିଆର YAK-130 ଭାରତୀୟ ବାୟୁସେନାର ଯୁଦ୍ଧ ପାଇଲଟଙ୍କୁ ପ୍ରଶିକ୍ଷଣ ଦେବାକୁ ସୁଯୋଗ ଦେଉଛି ।

ABOUT THE AUTHOR

...view details