ଓଡିଶା

odisha

ETV Bharat / bharat

ଗୋମାଂସ ସନ୍ଦେହରେ ବ୍ୟକ୍ତିଙ୍କୁ ମାଡ, ମୋଦିଙ୍କୁ ଟାର୍ଗେଟ କଲେ ଓୱେସୀ - ମୋଦିଙ୍କୁ ଟାର୍ଗେଟ କଲେ ଓୱେସୀ

ଗୁରୁଗ୍ରାମରେ ଗୋମାଂସ ସନ୍ଦେହରେ କିଛି ବଦମାସ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ମାମଲାରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ
ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ

By

Published : Aug 2, 2020, 12:46 PM IST

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଗୋମାଂସ ସନ୍ଦେହରେ କିଛି ବଦମାସ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ମାମଲାରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଓୱେସୀ କହିଛନ୍ତି ଯେ ଶନିବାର ବକ୍ରିଇଦ ଅଭିନନ୍ଦନ ଜଣାଇବାବେଳେ ପ୍ରଧାନମନ୍ତ୍ରୀ ଦୟା ଶବ୍ଦ ବ୍ୟବହାର କରିଥିଲେ। ଓୱେସୀ କହିଛନ୍ତି ଯେ ଶନିବାର ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ କିଛି ଲୋକ ଜଣଙ୍କୁ ହାତୁଡିରେ ପିଟିଥିଲେ।

ଶୁକ୍ରବାର ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ କିଛି ବଦମାସ ମାଂସରେ ଭର୍ତ୍ତି ଏକ ପିକଅପ୍ ଗାଡି ଧରିଥିଲେ। ଏହା ପରେ ସେମାନେ ଡ୍ରାଇଭରଙ୍କୁ ହାତୁଡିରେ ପିଟିବା ଆରମ୍ଭ କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାରେ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ସମେତ ଅନେକ ନେତା ହରିୟାଣା ପୋଲିସ ଓ ସରକାରଙ୍କୁ ନିନ୍ଦା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଓୱେସୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଆମକୁ ବକ୍ରିଇଦରେ ଦୟା ଶବ୍ଦ କହି ଅଭିନନ୍ଦନ ଜଣାଇଛନ୍ତି। ଆଉ ଅନ୍ୟପକ୍ଷରେ ତାଙ୍କର ଆଦର୍ଶଗତ ସୈନ୍ୟମାନେ ଜଣଙ୍କୁ ହାତୁଡିରେ ପିଟିଥିଲେ ଓ ତାକୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ । ତେବେ ଲୁକମାନର ଅର୍ଥ ଜ୍ଞାନୀ ବ୍ୟକ୍ତି । ମୁଁ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ଶିଖିପାରିବେ ଯେ ଏକ ନ୍ୟାୟଯୁକ୍ତ ସମାଜ କ’ଣ ?’

ABOUT THE AUTHOR

...view details