ଓଡିଶା

odisha

ETV Bharat / bharat

ନିର୍ବାଚନୀ ପ୍ରଚାରରେ ଠୁମକା ଲଗାଇଲେ ଅସାଦୁଦ୍ଦିନ ଓୱେସୀ - asaduddin owaisi dance in rally

ମହାରାଷ୍ଟ୍ରରେ ନିର୍ବାଚନୀ ପ୍ରଚାର କରିବା ସମୟରେ ଠୁମକା ଲଗାଇଛନ୍ତି ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।

ମସ୍ତିମୁଡରେ ଅସଦୁଦ୍ଦିନ ଓୱେସୀ

By

Published : Oct 19, 2019, 9:49 AM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆସନ୍ତା ସୋମବାର ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ଅଲ ଇଣ୍ଡିଆ ମଜଲିସ ଇତ୍ତେହାଦୁଲ ମୁସଲିମିନ୍(ଏଆଇଏମଆଇଏମ)ର ମୁଖିଆ ତଥା ହାଇଦ୍ରବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି।

ନିର୍ବାଚନ ଆସିଲେ ଭିନ୍ନ ଭିନ୍ନ ଢଙ୍ଗରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡଥାନ୍ତି ବିଭିନ୍ନ ଦଳର ନେତା। କେତେବେଳେ ପ୍ରତିଶ୍ରୃତି ଦେଇ ତ କେତେବେଳେ ଆଉ କ'ଣ। ହେଲେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ଏଆଇଏମଆଇଏମର ମୁଖିଆ ଅସାଦୁଦ୍ଦିନ ଓୱେସିଙ୍କୁ ଦେଖିବାକୁ ମିଳିଥିଲା ଏକଦମ୍‌ ମସ୍ତି ମୁଡରେ।

ଭିଡିଓ ସୌଜନ୍ୟ: ଏଏନଆଇ

ମହାରାଷ୍ଟ୍ରର ଔରଙ୍ଗବାଦସ୍ଥିତ ପଠାନଗେଟ ଅଞ୍ଚଳରେ ଏକ ରାଲିରେ ଯୋଗ ଦେଇ ଠୁମକା ଲଗାଇବା ସହ ଡ୍ୟାନ୍ସ କରିଥିଲେ ଓୱେସୀ। ରାଲିକୁ ପ୍ରଥମେ ସମ୍ବୋଧିତ କରିବା ପରେ ମଞ୍ଚରୁ ତଳକୁ ଓହ୍ଲାଇ ଗୀତର ତାଳେ ତାଳେ ଡ୍ୟାନ୍ସ କରିଥିଲେ ଓୱେସୀ। ଆଉ ହାତରେ ଧରିଥିବା ଫୁଲମାଳକୁ ରାଲିରେ ଯୋଗ ଦେଇଥିବା ଲୋକଙ୍କ ଉପରକୁ ଫିଙ୍ଗିଥିଲେ ସେ।

ABOUT THE AUTHOR

...view details