ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ(ଏନଆରସି)କୁ ପୁଣି କେନ୍ଦ୍ର ସରକାରଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ। କହିଲେ, ଭାରତରେ ରହିବି ହେଲେ କାଗଜ ଦେଖାଇବି ନାହିଁ । ଯଦି କାଗଜ ଦେଖାଇବାକୁ କୁହାଯିବ ତାହାଲେ ଛାତି ଦେଖାଇବି। ଆଉ ଏଥିପାଇଁ ଗୁଳି ଖାଇବାକୁ ବି ପ୍ରସ୍ତୁତ ରହିଛି । କିନ୍ତୁ ଦେଶ ଛାଡିବି ନାହିଁ ।
‘କାଗଜ ବଦଳରେ ଛାତି ଦେଖାଇବି, ଗୁଳି ଖାଇବାକୁ ତୟାର’ - ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ
ସିଏଏ, ଏନଆରସି ବିରୋଧରେ କେନ୍ଦ୍ର ସରକାରଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ । ଦେଶରେ ରହିବି, ହେଲେ କାଗଜ ଦେଖାଇବି ନାହିଁ । ବାଧ୍ୟ କଲେ ଛାତି ଦେଖାଇ ଗୁଳି ଖାଇବାକୁ ବି ପ୍ରସ୍ତୁତ ବୋଲି କହିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ । ଅଧିକ ପଢନ୍ତୁ...
‘କାଗଜ ବଦଳରେ ଛାତି ଦେଖାଇବି, ଗୁଳି ଖାଇବାକୁ ତୟାର’
ଗତ ରବିବାର ହାଇଦ୍ରାବାଦର ଏକ ଜନସଭାରେ, ସିଏଏ ଓ ଏନଆରସି ବିରୋଧି ଆୟୋଜିତ ରାଲିରେ ଏଭଳି କହିଥିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ । ଏହା ସହ ସେ ଭାରତ ମାତାଙ୍କୁ ଭଲ ପାଆନ୍ତି ତେଣୁ ଦେଶ ପାଇଁ ଜୀବନ ଦେବାକୁ ବି ପ୍ରସ୍ତୁତ । ଆଉ ଯିଏ କିଏ ମୋଦି-ଶାହାଙ୍କ ବିରୋଧରେ ସ୍ବର ଉଠାଇବ ତାଙ୍କୁ ପ୍ରକୃତରେ ମର୍ଦ-ଏ-ମଜାହିଦ କୁହାଯିବ ବୋଲି କହିଥିଲେ ଓୱେସୀ ।
ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହୀନ ବାଗରେ ଗତ 15 ଡିସେମ୍ବରରୁ ବିରୋଧ କରାଯାଉଛି । ଏହି ପ୍ରଦର୍ଶନରେ ଭାଗ ନେଇଥିବା ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଧିକାଂଶ ମୁସଲିମ ମହିଳା ।