ଓଡିଶା

odisha

ଚକ୍ଷୁ ଦାନ ଓ କର୍ଣ୍ଣିଆ ପ୍ରତ୍ୟାରୋପଣରେ ବାଧକ ସାଜିଛି କୋରୋନା

By

Published : Aug 26, 2020, 6:50 PM IST

କୋରୋନା କାରଣରୁ ଗତ ତିନି ମାସ ମଧ୍ୟରେ ଗୋଟିଏ ବି କର୍ଣ୍ଣିଆ ପ୍ରତ୍ୟାରୋପଣ କରାଯାଇ ନାହିଁ ବୋଲି ଏମ୍ସର ନ୍ୟାସନାଲ ଆଇ ବ୍ୟାଙ୍କ (NEB) ର ମୁଖ୍ୟ ତଥା ବରିଷ୍ଠ ପ୍ରଫେସର ଡ. ଜୀବନ ଏସ୍ ଟିଟିଆଲ୍ କହିଛନ୍ତି ।

ଚକ୍ଷୁ ଦାନ ଓ କର୍ଣ୍ଣିଆ ପ୍ରତ୍ୟାରୋପଣରେ ବାଧକ ସାଜିଛି କୋରୋନା
ଚକ୍ଷୁ ଦାନ ଓ କର୍ଣ୍ଣିଆ ପ୍ରତ୍ୟାରୋପଣରେ ବାଧକ ସାଜିଛି କୋରୋନା

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଯୋଗୁଁ ଏମ୍ସର ଚକ୍ଷୁ ଦାନ ଏବଂ କର୍ଣ୍ଣିଆ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ପ୍ରାୟ ତିନିମାସ ହେବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କୋରୋନା କାରଣରୁ ଗତ ତିନି ମାସ ମଧ୍ୟରେ ଗୋଟିଏ ବି କର୍ଣ୍ଣିଆ ପ୍ରତ୍ୟାରୋପଣ କରାଯାଇ ନାହିଁ ବୋଲି ଏମ୍ସର ନ୍ୟାସନାଲ ଆଇ ବ୍ୟାଙ୍କ (NEB) ର ମୁଖ୍ୟ ତଥା ବରିଷ୍ଠ ପ୍ରଫେସର ଡ. ଜୀବନ ଏସ୍ ଟିଟିଆଲ୍ କହିଛନ୍ତି । ତେବେ ଗତ ତିନି ମାସ ମଧ୍ୟରେ 400 ପ୍ରତ୍ୟାରୋପଣ ହ୍ରାସ ହୋଇଛି। ଗତ ବର୍ଷ ଏହି ସମୟ ମଧ୍ୟରେ 400 କର୍ଣ୍ଣିଆ ଏବଂ ଟିସୁ ପ୍ରତ୍ୟାରୋପଣ କରାଯାଇଥିଲା ବୋଲି ସେ କହିଛନ୍ତି ।

ଚକ୍ଷୁ ଦାନ ଓ କର୍ଣ୍ଣିଆ ପ୍ରତ୍ୟାରୋପଣରେ ବାଧକ ସାଜିଛି କୋରୋନା

ମଙ୍ଗଳବାର ଏମ୍ସରେ 35 ତମ ଆଇ ଡୋନେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟିଟିଆଲ କହିଛନ୍ତି, ଗତ ବର୍ଷେ ଦେଢ ବର୍ଷ ମଧ୍ୟରେ ଏମ୍ସରେ କର୍ଣ୍ଣିଆ ଦାନ ଏବଂ କର୍ଣ୍ଣିଆ ପ୍ରତ୍ୟାରୋପଣ ସଂଖ୍ୟା ବୃଦ୍ଧି ପାଇଥିଲା। ଅଧିକରୁ ଅଧିକ ଲୋକଙ୍କୁ ଚକ୍ଷୁ ଦାନ କରିବା ଆମ ପ୍ରୟାସ ରହିଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଚକ୍ଷୁ ଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜଣେ ବ୍ୟକ୍ତି ଚକ୍ଷୁ ଦାନ ମାଧ୍ୟମରେ ଜଣଙ୍କ ଆଖିର ଆଲୋକ ଫେରାଇ ପାରିବେ ବୋଲି ସେ କହିଛନ୍ତି ।

ତେବେ 2022 ସୁଦ୍ଧା ତିନି ହଜାର ପ୍ରତ୍ୟାରୋପଣର ଲକ୍ଷ୍ୟ ସ୍ଥିର ହୋଇଥିବା ଟିଟିଆଲ୍ କହିଛନ୍ତି । ହେଲେ କୋରୋନା ଯୋଗୁଁ ଏହି ଲକ୍ଷ୍ୟ ସମ୍ପୁର୍ଣ୍ଣ ହେବାକୁ ପ୍ରାୟ ପାଞ୍ଚ ବର୍ଷ ଲାଗିବ ବୋଲି ସେ କହିଛନ୍ତି । ତେବେ ଅଗଷ୍ଟରୁ କର୍ଣ୍ଣିଆ ପ୍ରତ୍ୟାରୋପଣ ପୁଣିଥରେ ଆରମ୍ଭ ହୋଇଛି। କୋରୋନା ଯୋଗୁଁ ବହୁତ କମ୍ ଅସ୍ତ୍ରୋପଚାର ହେଉଛି । ଅଗଷ୍ଟରେ ମାସରେ ଏବେସୁଦ୍ଧା 6 ଟି ଅସ୍ତ୍ରୋପଚାର ହୋଇଛି । ପୂର୍ବରୁ ପ୍ରତି ମାସରେ 120 ଟି କର୍ଣ୍ଣିଆ ପ୍ରତ୍ୟାରୋପଣ ହେଉଥିଲା ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details