ନୂଆଦିଲ୍ଲୀ: ନର୍ସଙ୍କ ସମେତ ଦୁଇ ଶିଶୁ କୋରୋନା ପଜେଟିଭ । ଦିଲ୍ଲୀ ଏମ୍ସ କ୍ୟାନ୍ସର ବିଭାଗରେ କାର୍ଯ୍ୟ କରୁଥିବା ନର୍ସଙ୍କ ସମେତ ତାଙ୍କର ଦୁଇ ଶିଶୁ କୋରୋନା ପଜେଟିଭ ଥିବା ଜଣାପଡିଛି ।
ନର୍ସଙ୍କ ସ୍ବାମୀଙ୍କ କୋରୋନା ରିପୋର୍ଟ ନେଗେଚିଭ ଆସିଛି । ଗତ ଶନିବାର ନର୍ସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଦୁଇ ଶିଶୁଙ୍କୁ ରବିବାର ଚିକିତ୍ସା ପାଇଁ ଏମ୍ସ ମେଡିକାଲକୁ ଅଣାଯିବ ।