ଓଡିଶା

odisha

ETV Bharat / bharat

କୋରୋନା ସମ୍ବନ୍ଧୀୟ ବିଭିନ୍ନ ରିସର୍ଚ୍ଚ ପ୍ରୋଜେକ୍ଟକୁ ଏମ୍ସର ଅନୁମୋଦନ - ଏମ୍ସର ନିର୍ଦ୍ଦେଶକ

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡକ୍ଟର ଗୁଲେରିଆ କୋରୋନା ସହ ଜଡିତ ବିଭିନ୍ନ ଗବେଷଣା ପ୍ରକଳ୍ପ ଉପରେ ନଜର ରଖିବା ପାଇଁ ଅନୁସନ୍ଧାନ ଡିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି।

aaims
ବିଭିନ୍ନ ରିସର୍ଚ୍ଚ ପ୍ରୋଜେକ୍ଟକୁ ଏମ୍ସର ଅନୁମୋଦନ

By

Published : May 6, 2020, 1:33 PM IST

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡକ୍ଟର ଗୁଲେରିଆ କୋରୋନା ସହ ଜଡିତ ବିଭିନ୍ନ ଗବେଷଣା ପ୍ରକଳ୍ପ ଉପରେ ନଜର ରଖିବା ପାଇଁ ଅନୁସନ୍ଧାନ ଡିନଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି।

ତେବେ ଏମ୍ସ ପ୍ରଥମ ମେଡିକାଲ ଅଟେ ଯେଉଁଠାରେ କୋଭିଡ -19 ସହ ଜଡିତ ପ୍ରସ୍ତାବ ପାଇଁ ଗତ ମାର୍ଚ୍ଚ 21ରେ ଏକ ଏଥିକ୍ସ କମିଟି ଗଠନ ପରାମର୍ଶ ଦେଇଥିଲା । ଯାହା ସାପ୍ତାହିକ ବୈଠକରେ କୋଭିଡ -19 ସହ ଜଡିତ ଅନୁସନ୍ଧାନ କାର୍ଯ୍ୟର ଅଗ୍ରଗତି ଏବଂ ସେହି ଅନୁସନ୍ଧାନ କାର୍ଯ୍ୟଗୁଡ଼ିକର ସଠିକତା ବିଷୟରେ ଆକଳନ କରିପାରିବ ।

ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ, ଏମ୍ସ ହେଉଛି ଏକ ଏପରି ଡାକ୍ତରଖାନା ଯାହା ସମସ୍ତ ପ୍ରକାରର ଅନୁସନ୍ଧାନକୁ ପ୍ରୋତ୍ସାହିତ କରିଥାଏ । ପ୍ରତିବର୍ଷ ଏଠାରେ ଶହ ଶହ ଗବେଷଣା କାର୍ଯ୍ୟ ଉପସ୍ଥାପିତ ହୁଏ । ସବୁଠାରୁ ଭଲ କଥା ଏହା ଯେ, ଏଠାରେ ଭିନ୍ନ ଭିନ୍ନ ପ୍ରକାର ରୋଗୀଙ୍କ ସହ ଜଡିତ ଏକ ବଡ଼ ଡାଟାବେସ୍ ଅଛି । ଯାହା କୌଣସି ଅନୁସନ୍ଧାନ ପାଇଁ ଏକ ଆବଶ୍ୟକ ଦିଗ ଅଟେ ।

ଭଲ କଥା ଏହା ଯେ, ଏମ୍ସ ପାଖରେ ମୌଳିକ ବିଜ୍ଞାନ ସହିତ ବିଭିନ୍ନ ବିଭାଗର କ୍ଲିନିକାଲ୍ ବିଶେଷଜ୍ଞ ମଧ୍ୟ ଅଛନ୍ତି । ଏଥିସହ ଏମ୍ସ କୋରୋନା ଉପରେ ଗବେଷଣା ନୂତନ ସମ୍ଭାବନା ଖୋଲିବାକୁ ଯାଉଛି । ତେବେ ବର୍ତ୍ତମାନ ଭଳି ପରିସ୍ଥିତିରେ ଏମ୍ସରେ, ସିଲିକୋ ଡ୍ରଗ ଡିଜାଇନିଙ୍ଗ୍, ମହାମାରୀ ଏବଂ ଜନସ୍ୱାସ୍ଥ୍ୟ, କୋଭିଡ 19 ରେ ନିର୍ମିତ ଔଷଧରେ ପ୍ରୋଟିନର ମହତ୍ତ୍ବ,ବିନା ଲକ୍ଷଣ ଥିବା କୋରୋନା ରୋଗୀଙ୍କ ଇମ୍ୟୁନିଟି, ଏବଂ ଇମ୍ୟୁନୋଫିନୋଟାଇପର ଅଧ୍ୟୟନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ହେଲ୍ଥ କେୟାର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୋଭିଡ -19 ର ପ୍ରଭାବ, ଅଣ-କୋଭିଡ ରୋଗୀଙ୍କ ଉପରେ କୋଭିଡ ରୋଗୀଙ୍କ ପ୍ରଭାବ ଯେପରିକି ଅହୁରୁ ରାପିଡ ଡାଇଗ୍ନୋସିସ ଭଳି ବିଷୟ ଉପରେ ଗବେଷଣା ଜାରି ରହିଛି ।

ABOUT THE AUTHOR

...view details