ନୂଆଦିଲ୍ଲୀ: ପ୍ଲାଜମା ଦାତାମାନଙ୍କୁ ଟ୍ରାକ୍ କରିବା ପାଇଁ ଲଞ୍ଚ ହେଲା ଆପ୍ । ତେବେ ଦିଲ୍ଲୀର ଆଇଆଇଟି ଛାତ୍ରଙ୍କ ସହିତ AIIMS ଡାକ୍ତରମାନେ ମିଶି ଏକ ଆପ୍ - COPAL-19 ପ୍ରସ୍ତୁତ କରିଛନ୍ତି ଯାହାକି କୋରୋନା ଭାଇରସରୁ ସୁସ୍ଥ ହୋଇଥିବା ଇଚ୍ଛାକୃତ ପ୍ଲାଜମା ଦାତାମାନଙ୍କୁ ଟ୍ରାକ କରିବାରେ ସକ୍ଷମ ହେବ ।
‘COPAL-19' ମାଧ୍ୟମରେ ଆମ ପାଖରେ ରକ୍ତଦାତାମାନଙ୍କର ଏକ ତାଲିକା ରହିବ । ପ୍ଲାଜମା ଥେରାପି ପାଇଁ ରୋଗୀମାନେ ସେମାନଙ୍କ ବ୍ଲଡଗ୍ରୁପ୍ ଅନୁଯାୟୀ ରକ୍ତ ମାଗି ପାରିବେ ବୋଲି ଏମସ୍ ଡାକ୍ତର ଡ. ଅଭିନାଭ ସିଂ ଭର୍ମା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 70 ଜଣ ଦାତାଙ୍କୁ ଟ୍ରାକ୍ କରାଯାଇଛି କିନ୍ତୁ ସମସ୍ତେ ଆପ୍ ବିଷୟରେ ଜାଣିବା ପରେ ଆଉ ଅଧିକ ଆସିବେ ।