ଓଡିଶା

odisha

By

Published : Jun 27, 2020, 5:19 PM IST

ETV Bharat / bharat

ଦେଶରେ କୋରୋନା ସଂକ୍ରମଣ ନେଇ ଏମିତି କହିଲେ ଏମ୍ସ ନିର୍ଦ୍ଦେଶକ

ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ଭାରତରେ ସଂକ୍ରମଣ ଅନ୍ୟ ଦେଶ ତୁଳନାରେ କମ ରହଛି ।

ଏମ୍ସ ନିର୍ଦ୍ଦେଶକ
ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ଭାରତରେ ସଂକ୍ରମଣ ଅନ୍ୟ ଦେଶ ତୁଳନାରେ କମ ରହିଛି । ସେ କହିଛନ୍ତି ଯେ ଗତ ଦୁଇ ଦିନରେ ପ୍ରତ୍ୟେକ ଦିନ ଆମେରିକାରେ ପ୍ରାୟ 40 ହଜାର ମାମଲା ଆସୁଛି କିନ୍ତୁ ଭାରତରେ ସେଭଳି ପରିସ୍ଥିତି ନାହିଁ। ଦେଶରେ ମୃତ୍ୟୁ ହାର ମଧ୍ୟ କମ୍ ରହିଛି।

24 ଘଣ୍ଟାରେ ଭାରତରେ ସର୍ବାଧିକ 18552 ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିବା ସହ ଶନିବାର ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା 5 ଲକ୍ଷରୁ ଅଧିକ ହୋଇଛି। ଏହାସହ ମୃତ୍ୟୁ ସଂଖ୍ୟା 15,685 କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ 7,106, ଦିଲ୍ଲୀରେ 2,492, ଗୁଜୁରାଟରେ 1,771, ତାମିଲନାଡୁରେ 957, ଉତ୍ତରପ୍ରଦେଶରେ 630, ମଧ୍ୟପ୍ରଦେଶରେ 630, ମଧ୍ୟପ୍ରଦେଶରେ 546, ପଶ୍ଚିମବଙ୍ଗରେ 616 ରାଜସ୍ଥାନରେ 380, ତେଲେଙ୍ଗାନାରେ 237 ଜଣଙ୍କର ମୃତ୍ୟୁ ହୋଇଛି।

କୋଭିଡ-19ରେ ହରିୟାଣାରେ 211, କର୍ଣ୍ଣାଟକରେ 180, ଆନ୍ଧ୍ରପ୍ରଦେଶରେ 148, ପଞ୍ଜାବରେ 122, ଜାମ୍ମୁ କାଶ୍ମୀରରେ 91, ବିହାରରେ 58, ଉତ୍ତରାଖଣ୍ଡରେ 37, କେରଳରେ 22 ଓ ଓଡିଶାରେ 17 ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, କୋଭିଡ-19 ରେ ଛତିଶଗଡରେ 13 ଜଣ, ଝଡଖଣ୍ଡରେ 12 ଜଣ, ଆସାମ, ହିମାଚଳ ଓ ପୁଡୁଚେରୀରେ 9 ଜଣ ଲେଖାଏଁ, ଚଣ୍ଡିଗଡରେ 6 ଜଣ, ଗୋଆରେ 2 ଜଣ ଓ ମେଘାଳୟ, ତ୍ରିପୁରା, ଲଦାଖ, ଅରୁଣାଚଳପ୍ରଦେଶରେ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ କହିଛି ଯେ ମୃତ୍ୟୁବରଣ କରିଥିବା 70 ପ୍ରତିଶତରୁ ଅଧିକ ଲୋକ ଅନ୍ୟ ରୋଗରେ ପୀଡିତ ଥିଲେ।

ABOUT THE AUTHOR

...view details