ଓଡିଶା

odisha

By

Published : May 14, 2019, 12:18 PM IST

ETV Bharat / bharat

ଏଫଟିଆଇଆଇରେ ସାମିଲ ହେଲା 5 ନୂୂଆ କୋର୍ସ

ଏଫଟିଆଇଆଇରେ ସାମିଲ ହେଲା ନୂଆ 5 ଟି କୋର୍ସ । ଏହି କୋର୍ସ ନିର୍ଦ୍ଦିଷ୍ଟ ଇନଷ୍ଟିଚ୍ୟୁଟରେ ଦିଆଯିବ।ଏହି ନୂତନ ବିଷୟ ଗୁଡ଼ିକ ବଛା ବଛା ଶିକ୍ଷାନୁଷ୍ଠାନରେ ପଢାଯିବା ପାଇଁ ଏଆଇସିଟିଇ ପକ୍ଷରୁ ଅନୁମୋଦନ ମିଳିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(FTII) ପାଇଁ ଆଉ 5ଟି ନୂଆ କୋର୍ସକୁ ଅନୁମୋଦନ ଦେଇଛି ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ(AICTE) । ତେବେ ଏହି କୋର୍ସ ନିର୍ଦ୍ଦିଷ୍ଟ ଇନଷ୍ଟିଚ୍ୟୁଟରେ ଦିଆଯିବ ବୋଲି ଜଣାପଡ଼ିଛି ।

ଏଆଇସିଟିଇ ପକ୍ଷରୁ ନୂତନ ଭାବେ ଅନୁମୋଦନ ମିଳିଥିବା ନୂତନ ବିଷୟ ଗୁଡ଼ିକ ଆପ୍ଲାଏଡ଼ ଆର୍ଟ୍ସ ଆଣ୍ଡ କ୍ରାଫ୍ଟରେ ସାମିଲ ହେବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ଏହି ନୂତନ ବିଷୟ ଗୁଡ଼ିକ ବଛା ବଛା ଶିକ୍ଷାନୁଷ୍ଠାନରେ ପଢାଯିବା ପାଇଁ ଏଆଇସିଟିଇ ପକ୍ଷରୁ ଅନୁମୋଦନ ମିଳିଛି ।

ତେବେ ନୂତନ ଭାବେ ଅନୁମୋଦନ ମିଳିଥିବା ବିଷୟ ଗୁଡ଼ିକ ମଧ୍ୟରେ ଟେଲିଭିଜନ ସମ୍ବନ୍ଧୀୟ(ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ ସିନେମାଟୋଗ୍ରାଫି, ଭିଡ଼ିଓ ଏଡ଼ିଟିଂ ଓ ସାଉଣ୍ଡ ରେକର୍ଡିଂ ଏବଂ ଟିଭି ଇଞ୍ଜିନିୟରିଂ) ଏବଂ ଅନ୍ୟଟି ଫିଲ୍ମ ସମ୍ବନ୍ଧୀୟ (ଫିଚର ଫିଲ୍ମ ସ୍କ୍ରିନ ପ୍ଲେ ରାଇଟିଂ)ରେ ଶିକ୍ଷା ଦିଆଯିବ।

For All Latest Updates

ABOUT THE AUTHOR

...view details