ଗାନ୍ଧିନଗର : ଭାଇ ଭଉଣୀର ପବିତ୍ର ସଂପର୍କକୁ ମଜବୁତ କରେ ରାକ୍ଷୀ ପୂର୍ଣ୍ଣିମା । ଚଳିତ ବର୍ଷ 15 ତାରିଖରେ ପାଳନ ହେବ ରାକ୍ଷୀ । ଏନେଇ ମାର୍କେଟରେ ବିକ୍ରି ହେଉଛି ବିଭିନ୍ନ ପ୍ରକାର ରାକ୍ଷୀ ।
ରାକ୍ଷୀରେ ସାମାଜିକ ବାର୍ତ୍ତା ଦେଲେ ବ୍ୟବସାୟୀ - ରାକ୍ଷୀରେ ସାମାଜିକ ବାର୍ତ୍ତା
ଅଭିନବ ଉପାୟରେ ବିକ୍ରି ହେଉଛି ରାକ୍ଷୀ । ଗୁଜୁରାଟ ଅହମଦାବାଦର ଏକ ରାକ୍ଷୀ ବ୍ୟବସାୟୀ ଶିଶୁକନ୍ୟାଙ୍କୁ ଶିକ୍ଷା ପ୍ରଦାନ ନେଇ ଦେଇଛନ୍ତି ବାର୍ତ୍ତା ।
ଛୋଟପିଲାଙ୍କ ପାଇଁ କାର୍ଟୁନ ଠାରୁ ଆରମ୍ଭ କରି ଠାକୁରଙ୍କ ଫଟୋଚିତ୍ର ଥିବା ରାକ୍ଷୀ । ଭିନ୍ନ ଭିନ୍ନ ରୂପରେ ବ୍ୟବସାୟୀ କରୁଛନ୍ତି ରାକ୍ଷୀ ବିକ୍ରି । ଏନେଇ ଅହମଦାବାଦର ଏକ ରାକ୍ଷୀ ବ୍ୟବସାୟୀ ଆପଣେଇଛନ୍ତି ଅଭିନବ ଉପାୟ । ରାକ୍ଷୀରେ ସେ ଦେଇଛନ୍ତି ସାମାଜିକ ବାର୍ତ୍ତା ।
ଝିଅ ମାନଙ୍କୁ ପାଠ ପଢାନ୍ତୁ, ଆମେ ହିଁ ସମାଜରେ ପରିବର୍ତ୍ତନ ଆଣି ପାରିବା ବୋଲି ବାର୍ତ୍ତାରେ ଲେଖାଯାଇଛି । ଭାଇ ତାର ସୁରକ୍ଷାକବଚ ସାଜିବ ବୋଲି, ଭଉଣୀ ଟିଏ ଭାଇ ହାତରେ ରାକ୍ଷୀ ବାନ୍ଧେ ବୋଲି ଆମର ବିଶ୍ବାସ ରହିଛି । ତେଣୁ ଏହି ବାର୍ତ୍ତାକୁ ଯଦି ଆମେ ହିଁ ଦେଶକୁ ଆଗେଇ ନେବାରେ ସହାୟକ ହେବା ।