ଓଡିଶା

odisha

ETV Bharat / bharat

ଅମାନିଆ ପିନ୍ଧୁନାହାଁନ୍ତି ମାସ୍କ: 15.20 ଲକ୍ଷ ଟଙ୍କା ଜୋରିମାନା ଆଦାୟ କଲା ଅହମ୍ମଦାବାଦ ପୋଲିସ - gujurat police

କୋରୋନା ସମୟରେ ମାସ୍କ ପିନ୍ଧିବା ଏକ ପ୍ରକାର ବାଧ୍ୟତାମୂଳକ ହୋଇଥିବାବେଳେ, ଏହାକୁ ପାଳନ କରୁନଥିବା ଲୋକଙ୍କ ଠାରୁ ଦେଶରେ ବିଭିନ୍ନ ସମୟରେ ଅନେକ ଜୋରିମାନା ଆଦାୟ କରାଯାଉଛି । ଆଉ ବର୍ତ୍ତମାନ ପରିସ୍ଥିତିରେ ଗୁଜୁରାଟରେ ଏହା ରେକର୍ଡ ସୃଷ୍ଟି କରିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ମାସ୍କ ପନ୍ଧିନଥିବା ଲୋକଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା 15.20 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ଅହମଦାବାଦ ପୋଲିସ
ମାସ୍କ ପନ୍ଧିନଥିବା ଲୋକଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା 15.20 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ଅହମଦାବାଦ ପୋଲିସ

By

Published : Sep 15, 2020, 3:57 PM IST

ଗାନ୍ଧୀନଗର: ଦେଶରେ ଲକଡାଉନ ସମ୍ପୂର୍ଣ୍ଣ ଶେଷ ହେବାକୁ ଯାଉଥିଲେ ମଧ୍ୟ କୋରୋନା ଭାଇରସ ସଙ୍କଟ ସମୟରେ ଗୋଟିଏ ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ । ତାହା ହେଉଛି ଘରୁ ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ତେବେ ଗତ କିଛି ଦିନ ହେବ ଦେଖାଯାଇଛି ଯେ ଲୋକମାନେ ମାସ୍କ ପିନ୍ଧିବାରେ ଅଳସୁଆମୀ ଦେଖେଇବା ଆରମ୍ଭ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଗୁଜୁରାଟରୁ ଆସିଥିବା ଏକ ଖବର ଯାହା ଆଶ୍ଚର୍ଯ୍ୟ କରିଦେଇଛି । ଲୋକଙ୍କୁ ମାସ୍କ ପ୍ରତି ଅବହେଳା ନକରିବାକୁ ଏକ ବାର୍ତ୍ତା ଦେଇଛି।

ଗୁଜୁରାଟ ସରକାର ସାମାଜିକ ଦୂରତାର ଉଲ୍ଲଙ୍ଘନ ପାଇଁ ଦଣ୍ଡ ବଢାଇ ଦେଇଛନ୍ତି ଯେଉଁଥିରେ ମାସ୍କ ନିର୍ଦ୍ଦେଶାବଳୀ ପାଳନ କରୁନଥିବା ଲୋକଙ୍କୁ 500 ଟଙ୍କା ବଦଳରେ 1000 ଟଙ୍କା ଜୋରିମାନା ଦେବାକୁ ପଡିବ । କିନ୍ତୁ ଏହାର ପ୍ରଭାବ ଲୋକଙ୍କ ଉପରେ ଦେଖାଯାଉ ନାହିଁ। ଗୁଜୁରାଟରେ ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ ମାମଲାରେ 616 ପ୍ରତିଶତରୁ ଅଧିକ ମାମଲା ରୁଜୁ ହୋଇଛି।

ଅଗଷ୍ଟ 15ରେ ଯେଉଁମାନେ ସାମାଜିକ ଦୂରତା ପାଳନ କରିନଥିଲେ, ସେମାନଙ୍କ ପାଇଁ ରାଜ୍ୟ ସରକାର ଜୋରିମାନା ବୃଦ୍ଧି କରିଛନ୍ତି । ଏହାସହ ଅହମ୍ମଦାବାଦ ପୋଲିସ ଗୋଟିଏ ଦିନରେ 2.12 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି। ଏହା ବ୍ୟତୀତ ରବିବାର ଆଉ ଏକ ନୂଆ ରେକର୍ଡ ସୃଷ୍ଟି ସାମ୍ନାକୁ ଆସିଛି, ଯେତେବେଳେ ପୋଲିସ 15.20 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି । ​​କାରଣ, 1520 ଲୋକ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିଲେ ଏବଂ ମାସ୍କ ପିନ୍ଧି ନଥିଲେ ।

ସିଟି କଣ୍ଟ୍ରୋଲ ଡିଜିପି ହର୍ଷଦ ପଟେଲ ଏହା ଉପରେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଯେତେବେଳେ ଲୋକମାନେ ଧରାପଡିଥିଲେ ସେମାନେ ମାସ୍କ ପିନ୍ଧିଲେ ଶ୍ୱାସରୁଦ୍ଧ ହୋଇଯାଉଥିବା କହି ଅଭିଯୋଗ କରିଥିଲେ । କେହି କେହି କହିଛନ୍ତି ସେମାନେ ମାସ୍କ ପିନ୍ଧିବା ସତ୍ତ୍ବେ ତାଙ୍କର ସଂକ୍ରମଣ ହୋଇଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଲୋକ କହିଛନ୍ତି ଯେ, କେବଳ ସେମାନଙ୍କ ଲକ୍ଷ୍ୟ ପୂରଣ ପାଇଁ ପୋଲିସ ଲୋକଙ୍କ ଉପରେ ଅନେକ ଜୋରିମାନା ଦେଉଛି ।

ABOUT THE AUTHOR

...view details