ଓଡିଶା

odisha

ETV Bharat / bharat

ଶିଶୁଙ୍କ ପାଇଁ ଅଶୁଭ ଡିସେମ୍ବର: ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ 85 ମୃତ - newborn baby died in December

ରାଜସ୍ଥାନ ପରେ ଏବେ ଗୁଜରାଟରେ ଶିଶୁ ମଡକ । ଡିସେମ୍ବର ମାସରେ ଅହମ୍ମଦାବାଦର ସିଭିଲ ହସ୍ପିଟାଲରେ 85 ଶିଶୁ ମୃତ ।

Ahmedabad
ଶିଶୁଙ୍କ ପାଇଁ ଅଶୁଭ ଡିସେମ୍ବାର, ଅହମଦାବାଦ ସିଭିଲ ହସ୍ପିଟାଲରେ 85 ମୃତ

By

Published : Jan 5, 2020, 12:53 PM IST

ଅହମ୍ମଦାବାଦ: ନବଜାତ ଶିଶୁଙ୍କ ପାଇଁ ଗତବର୍ଷ ଡିସେମ୍ବର ମାସ ଏକ ପ୍ରକାର ଅଶୁଭ ଥିବା ଜଣାପଡୁଛି । ରାଜସ୍ଥାନରେ କୋଟା ଶିଶୁ ମୃତ୍ୟୁ ସଂଖ୍ୟା ଥମିନଥିବା ବେଳେ ଏବେ ଅହମ୍ମଦାବାଦ ଓ ରାଜକୋଟରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଛି । ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଗତ ଡିସେମ୍ବର ମାସରେ 85 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅହମ୍ମଦାବାଦର ଏହି ସିଭିଲ ହସ୍ପିଟାଲ ଏସିଆର ସବୁଠୁ ବଡ ହସ୍ପିଟାଲ ।

ପୂର୍ବରୁ ଗୁଜୁରାଟର ରାଜକୋଟରେ ମଧ୍ୟରେ ଡିସେମ୍ବର ମାସରେ 112 ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସେହିପରି ରାଜସ୍ଥାନ କୋଟାର ଶିଶୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 112 ଛୁଇଁ ସାରିଲାଣି । ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ କୁପୋଷଣରୁ 85 ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି ।

ABOUT THE AUTHOR

...view details