ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ଅଳ୍ପ ଦିନ ବାକି। ତୃତୀୟ ଥର ପାଇଁ ରାଜଧାନୀର ଶାସନ ଗାଦି ଦଖଲ କରିବାକୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ। ନିର୍ବାଚନ ଘୋଷଣା ପତ୍ର ପୂର୍ବରୁ ନିଜର 10ଟି କାମ ଉପରେ ଗ୍ୟାରେଣ୍ଟି କାର୍ଡ ଜାରି କରିଛନ୍ତି କେଜ୍ରିଓ୍ବାଲ ସରକାର। ଆଗାମୀ 10 ଦିନ ମଧ୍ୟରେ ଘୋଷଣା ପତ୍ର ଜାରି ହେବ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି(ଆପ) ମୁଖିଆ। ନିର୍ବାଚନ ପୂର୍ବରୁ ସେ 10ଟି ଯୋଜନା ତଥା ପ୍ରତିଶ୍ରୃତିର ଗ୍ୟାରେଣ୍ଟି ଦେଇଛନ୍ତି। ଏହା ସହ ତାଙ୍କ ସରକାରରେ କାର୍ଯ୍ୟକାରୀ ହେଉଥିବା କୌଣସି ସରକାରୀ ଯୋଜନାକୁ ବନ୍ଦ କରାଯିବ ନାହିଁ ବୋଲି ସେ କହିଛନ୍ତି।
ଜାଣନ୍ତୁ କ’ଣ ରହିଛି କେଜ୍ରିଓ୍ବାଲଙ୍କ ଗ୍ୟାରେଣ୍ଟି କାର୍ଡ...
ଗ୍ୟାରେଣ୍ଟି 1- ଝଲସିବ ଦିଲ୍ଲୀ
ସମସ୍ତଙ୍କୁ 24 ଘଣ୍ଟା ବିଜୁଳି ପ୍ରଦାନ, 200 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ଯୋଜନା ଆଗକୁ ଜାରି ରହିବ । ସମାପ୍ତ ହେବ ଇଲେକ୍ଟ୍ରିକ ତାରର ଯୁଗ। ପ୍ରତିଟି ଘରକୁ ଅଣ୍ଡର ଗ୍ରାଉଣ୍ଡ କେବୁଲ ଯୋଗେ ପହଞ୍ଚିବ ବିଜୁଳି।
ଗ୍ୟାରେଣ୍ଟି 2- ପ୍ରତି ଘର ନଳକୁ ଜଳ
ଦିଲ୍ଲୀର ପ୍ରତ୍ୟେକ ଘରକୁ 24 ଘଣ୍ଟା ଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବିଧା ପ୍ରଦାନ କରିବ ଆପ ସରକାର । ପ୍ରତି ପରିବାରକୁ 20 ହଜାର ଲିଟର ମାଗଣା ପାଣି ଯୋଜନା ଜାରି ରହିବ।
ଗ୍ୟାରେଣ୍ଟି 3- ସବୁଠୁ ଭଲ ଶିକ୍ଷା ବ୍ୟାବସ୍ଥା
ଦିଲ୍ଲୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବସ୍ତରୀୟ ଶିକ୍ଷା ବ୍ୟାବସ୍ଥା ଉପଲବ୍ଧ କରିବାକୁ ଯୋଜନା କରିଛି କେଜ୍ରିୱାଲ ସରକାର।
ଗ୍ୟାରେଣ୍ଟି 4- କମ ମୂଲ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା
ଦିଲ୍ଲୀର ପ୍ରତିଟି ପରିବାରକୁ ଆଧୁନିକ ହସ୍ପିଟାଲ ଓ କ୍ଲିନିକ ଜରିଆରେ ସ୍ବାସ୍ଥ୍ୟସେବାର ସୁନିଶ୍ଚିତ ବ୍ୟବସ୍ଥା ।
ଗ୍ୟାରେଣ୍ଟି 5- ସବୁଠୁ ବଡ ସରକାରୀ ଯାତାୟାତ ବ୍ୟବସ୍ଥା