ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ସମ୍ପୂର୍ଣ୍ଣ ସଜାଗ ରହିଛି କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ (CRPF) । ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ନେଇ ଯେପରି କୌଣସି ତ୍ରୃଟି ନରହୁ ସେଥିପାଇଁ ସିଆରପିଏଫ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଯେଭଳି ଭାବରେ ଆକ୍ରମଣ କରାଗଲା, ଏହି ଘଟଣାର ପୂନରାବୃତ୍ତି ନହେବା ପାଇଁ ପଶ୍ଚିମବଙ୍ଗ ପୋଲିସକୁ ଚିଠି ଲେଖିଛି ସିଆରପିଏଫ ।
ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତମାନେ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ସବୁ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବୁଧବାର ଏହି ଘଟଣାରେ ପଶ୍ଚିମବଙ୍ଗର 3 ଆଇପିଏସ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । 3 ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରକୁ ବଦଳି କରିଦିଆଯାଇଛି ।