ଓଡିଶା

odisha

ETV Bharat / bharat

ଚାଷୀ ଆନ୍ଦୋଳନରେ ଶରଜୀଲ ଇମାମର ପୋଷ୍ଟର, କଡା ପ୍ରତିକ୍ରିୟା ଦେଲେ କୃଷିମନ୍ତ୍ରୀ - ଶରଜୀଲ ଇମାମର ପୋଷ୍ଟର

ଚାଷୀ ଆନ୍ଦୋଳରେ ରାଜଦ୍ରୋହ ଅଭିଯୋଗରେ ଗିରଫ ଶରଜୀଲ ଇମାମ, ଉମର ଖାଲିଦ ସମେତ ଅନେକ ଅଭିଯୁକ୍ତଙ୍କ ପୋଷ୍ଟର ଓ ସେମାନଙ୍କୁ ବନ୍ଦୀ ମୁକ୍ତ ଦାବି କରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି । କଡା ପ୍ରତିକ୍ରିୟା ଦେଇଛନ୍ତି କୃଷିମନ୍ତ୍ରୀ । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନରେ ଶରଜୀଲ ଇମାମର ପୋଷ୍ଟର, କଡା ପ୍ରତିକ୍ରିୟା ଦେଲେ କୃଷିମନ୍ତ୍ରୀ
ଚାଷୀ ଆନ୍ଦୋଳନରେ ଶରଜୀଲ ଇମାମର ପୋଷ୍ଟର, କଡା ପ୍ରତିକ୍ରିୟା ଦେଲେ କୃଷିମନ୍ତ୍ରୀ

By

Published : Dec 11, 2020, 3:55 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଜାରି ଚାଷୀ ଆନ୍ଦୋଳନ 12 ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଟିକରୀ ସୀମାରେ ରାଜଦ୍ରୋହ ଅଭିଯୋଗରେ ଗିରଫ ଶରଜୀଲ ଇମାମ, ଉମର ଖାଲିଦ ସମେତ ଅନେକ ଅଭିଯୁକ୍ତଙ୍କ ପୋଷ୍ଟର ଓ ସେମାନଙ୍କୁ ବନ୍ଦୀ ମୁକ୍ତ ଦାବି କରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି । କିଛି ଚାଷୀ ନେତା ସେମାନଙ୍କୁ ବନ୍ଦୀ ମୁକ୍ତ କରିବା ନେଇ ମଧ୍ୟ ଦାବି କରୁଛନ୍ତି । ତେବେ ଏହା ଉପରେ କେନ୍ଦ୍ର ସରକାରଙ୍କ କଡା ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଟିକରୀ ସୀମାରେ ଶରଜିଲ ଇମାମର ପୋଷ୍ଟର ମାମଲା ଉଠାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ ଅଭିଯୋଗ କରିଛନ୍ତି ଯେ ଏମଏସପି, ଏମପିସି ଓ ଅନ୍ୟ ସମସ୍ୟା ରହିଛି । ତେବେ ଏହାରି ମଧ୍ୟରେ ଏହି ପୋଷ୍ଟର ଚାଷୀଙ୍କ ସମସ୍ୟା କିପରି ହୋଇଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । କୃଷି ସଂଗଠନ ଗୁଡିକୁ ଏସବୁରୁ ବିରତ ରହିବାର ଆବଶ୍ୟକତା ଥିବା ମନ୍ତ୍ରୀ କହିଛନ୍ତି ।

ଚାଷୀ ଆନ୍ଦୋଳନ ମଧ୍ୟରେ ଗୁରୁବାର ମାନବାଧିକାର ଦିବସ ଅବସରରେ ଟିକରୀ ସୀମାରେ ଜୋରଦାର ପ୍ରଦର୍ଶନ ହୋଇଥିଲା । ଏହି ସମୟରେ ଚାଷୀମାନେ ମଞ୍ଚରେ ଏକ ପୋଷ୍ଟର ଲଗାଇଥିଲେ । ଏଥିରେ ଉମର ଖାଲିଦ, ଶରଜୀଲ ଇମାମକୁ ବନ୍ଦୀମୁକ୍ତ କରିବା ପାଇଁ ଦାବି କରାଯାଇଥିଲା ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ଆମେ ଚାଷୀଙ୍କ ସମସ୍ୟା ଉପରେ ବିଚାର କରୁଛୁ । ଅନେକ ବିନ୍ଦୁ ଉପରେ ବିଚାର କରାଯାଉଛି । କୃଷିମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାର ସେମାନଙ୍କୁ ଏପିଏମସିକୁ କିପରି ସୁଦୃଢ କରିହେବ ବୋଲି ପ୍ରଶ୍ନ କରିଥିଲେ । ହେଲେ ଚାଷୀମାନେ ଏହା ଉପରେ କୌଣସି ଜବାବ ନଦେଇ ନିରବ ରହିଥିଲେ ।

ଚାଷୀମାନଙ୍କୁ ନିବେଦନ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର କହିଛନ୍ତି ଯେ ସେମାନେ ଏହି ଆନ୍ଦୋଳନ ବନ୍ଦ କରିବାର ଉଚିତ । ସରକାର ଆଗକୁ ବଢି ପ୍ରସ୍ତାବ ଦେଇଛନ୍ତି । ସରକାର ଚାଷୀଙ୍କ ଦାବି ସମାଧାନ ପାଇଁ ଏକ ପ୍ରସ୍ତାବ ପଠାଇଛନ୍ତି। କିଛି ଆଇନର ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଆନ୍ଦୋଳନ ଶେଷ କରି ଆଲୋଚନା ପାଇଁ ଆସିବା ଦରକାର ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details