ଓଡିଶା

odisha

ETV Bharat / bharat

ବିରଳ ପ୍ରଜାତିର 80 କଇଁଛ ଜବତ, 3 ଗିରଫ - ବିରଳ ପ୍ରଜାତିର 80 କଇଁଛ

ଆଗ୍ରାରୁ 80ଟି ବିରଳ ପ୍ରଜାତିର କଇଁଛକୁ ଜବତ କରିଛି ବନବିଭାଗ ଓ ପୋଲିସ । ଏହା ସହିତ 3 ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି ପୋଲିସ । ତେବେ ଉଦ୍ଧାର ହୋଇଥିବା କଇଁଛ ଗୁଡ଼ିକ ପାଖାପାଖି 18 ଲକ୍ଷ ହେବ ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 29, 2019, 2:44 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ଫତେହବାଦ ଅଞ୍ଚଳରେ ବିରଳ ପ୍ରଜାତିର 80ଟି କଇଁଛ ଜବତ କରିଛି ପୋଲିସ । ଏହା ସହିତ ଏହି କଇଁଛ ଚାଲାଣ କରୁଥିବା ସମୟରେ 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ଜବତ ହୋଇଥିବା କଇଁଛର ମୂଲ୍ୟ ପାଖାପାଖି 18 ଲକ୍ଷ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ପୋଲିସ ରିପୋର୍ଟ ମୁତାବକ ଏହି କଇଁଛ ଗୁଡ଼ିକ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା । ଫଳରେ ବନବିଭାଗ ଏବଂ ଫତେହପୁର ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଚଢାଉ ସମୟରେ 3 ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଜୟ, ସୁରଜ ଏବଂ ଲଲ୍ଲା ବୋଲି ପୋଲିସ କହିଛି । ସେମାନଙ୍କ ବିରୋଧରେ ବନ୍ୟ ଜନ୍ତୁ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଏନେଇ ଫତେହପୁର ଷ୍ଟେସନ ହାଉସ ଅଫିସର ପରବେଶ କୁମାର କହିଛନ୍ତି, ଏହି 3 ଅଭିଯୁକ୍ତ ଦୁର୍ଲଭ ପ୍ରଜାତିର 80ଟି କଇଁଛଙ୍କୁ ନେଇ ଦିଲ୍ଲୀ ଯାଉଥିଲେ । ଅଭିଯୁକ୍ତ ମାନଙ୍କୁ ପଚରାଉଚୁରା କରିବା ପରେ ଯମୁନା ଏବଂ ଚମ୍ବଲ ନଦୀରୁ ଧରିଥିବା ସେମାନେ କହିଛନ୍ତି ।

ସେପଟେ ବନବିଭାଗ ଅଧିକାରୀ କହିଛନ୍ତି ଜବତ ହୋଇଥିବା କଇଁଛ ଗୁଡ଼ିକ ଫ୍ଲେପସେଲ, କ୍ରାଉନ ଏବଂ ଅନ୍ୟ ପ୍ରଜାତିର ବୋଲି ଜଣାପଡ଼ିଛି ।

ABOUT THE AUTHOR

...view details