ଓଡିଶା

odisha

ETV Bharat / bharat

ଖାଲି ଶିକ୍ଷକ ପଦବୀରେ ଏସଟିଙ୍କ ନିଯୁକ୍ତି ଦାବି, ଏନଏଚରେ ବିକ୍ଷୋଭ - ରାଜସ୍ଥାନରେ ଆନ୍ଦୋଳନ

ରାଜସ୍ଥାନ ଡୁଙ୍ଗରପୁର NH-8 ବିକ୍ଷୋଭ ପ୍ରଦର୍ଶନକାରୀ ପୋଲିସ ଉପରେ ପଥର ବର୍ଷା କରିଛି । ଏଥିରେ, ASP ଏବଂ ବିଛିୱାଡା ପୋଲିସ୍ ସମେତ ଅନେକ ପୋଲିସ୍ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ..

ଖାଲି ଶିକ୍ଷକ ପଦବୀରେ ଏସଟିଙ୍କ ନିଯୁକ୍ତି ଦାବି,  ଏନଏଚରେ ବିକ୍ଷୋଭ
ଖାଲି ଶିକ୍ଷକ ପଦବୀରେ ଏସଟିଙ୍କ ନିଯୁକ୍ତି ଦାବି, ଏନଏଚରେ ବିକ୍ଷୋଭ

By

Published : Sep 24, 2020, 9:43 PM IST

ଜୟପୁର: ରାଜସ୍ଥାନର ଡୁଙ୍ଗରୁପୁର ଜିଲ୍ଲାରେ ଜାତୀୟ ରାଜପଥ 8ରେ ରାସ୍ତା ଜାମ ଘଟଣାକୁ ନେଇ ରାଜପଥରେ ଗରମାଗରମ ପରିସ୍ଥିତି ଉପୁଜିଛି । ହଜାର ହଜାର ବିକ୍ଷୋଭକାରୀ ପୋଲିସ ଉପରକୁ ପଥର ଫିଙ୍ଗିଥିବାବେଳେ କେତେକ ଗାଡି ମଧ୍ୟ ଭଙ୍ଗାରୁଜା କରିଥିବା ନଜର ରହିଛି ।

ଏପଟେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ସେଲ ଛାଡିଛି । ​​କିନ୍ତୁ ବିକ୍ଷୋଭକାରୀମାନେ ନିୟନ୍ତ୍ରଣକୁ ଆସୁନାହାଁନ୍ତି। ଉକ୍ତ ବିକ୍ଷୋଭକାରୀଙ୍କ ଦ୍ୱାରା ପଥର ଫିଙ୍ଗିବା କାରଣରୁ ବିଛିଓ୍ବାଡା ପୋଲିସ ଅଧିକାରୀଙ୍କ ସମେତ ଅନ୍ୟ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସକୁ ଦେଖି ବିକ୍ଷୋଭକାରୀମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ଅନ୍ୟପଟେ ଡୁଙ୍ଗରପୁର ମୁଖ୍ୟାଳୟର ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ରାଜପଥ ଜାମକୁ ଦୃଷ୍ଟିରେ ରଖି ପୋଲିସ ମୋତଲି ମୋଡ ଏବଂ ବିଛିୱାଡା ଠାରୁ ଟ୍ରାଫିକକୁ ବଦଳାଇ ଦେଇଛି।

ପ୍ରକାଶ ଯେ, 2018ରେ ଶିକ୍ଷକ ନିଯୁକ୍ତି ସାଧାରଣ ବର୍ଗରୁ ଖାଲି ଥିବା 1167ଟି ପଦବୀ ପୂରଣ କରିବାକୁ ଏସଟି ଶ୍ରେଣୀର ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ଗତ 18 ଦିନ ଧରି ଭୁୱାଲି ଗ୍ରାମ ନିକଟ କାକ୍ରି ଡୁଙ୍ଗରୀରେ ବସି ଦାବି କରିଥିଲେ । ଏ ନେଇ ସେମାନେ ରାଜପଥ ମଧ୍ୟ ଅବରୋଧ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details