ନୂଆଦିଲ୍ଲୀ:ଦିଲ୍ଲୀରେ ହଠାତ୍ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆକ୍ରମଣାତ୍ମକ ଭାବରେ କୋରୋନା ରୋଗୀଙ୍କ ଯୋଗାଯୋଗରେ ଆସୁଥିବା ଲୋକଙ୍କ ଅନୁସନ୍ଧାନ ଦିଲ୍ଲୀରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାର ପ୍ରମୁଖ କାରଣ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କହିଛନ୍ତି ।
ସେ ଏ ସଂପର୍କରେ କହିଛନ୍ତି "ଯଦି ଜଣେ ବ୍ୟକ୍ତି କୋରୋନାରେ ଆକ୍ରମଣ ହେଉଛି ତେବେ ଉକ୍ତ ବ୍ୟକ୍ତିର ପରିବାରର ସମସ୍ତ ସଦସ୍ୟ କୋଭିଡ-19 ପରୀକ୍ଷା କରିବା ଜରୁରୀ ହୋଇପଡିଛି । ଯଦି ସେମାନଙ୍କ ମଧ୍ୟରୁ କେହି କୋଭିଡରେ ଆକ୍ରାନ୍ତ ହୋଇଛି ତେବେ ହଠାତ୍ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । କିଛି ଦିନ ପୂର୍ବେ ଜଣେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 6ରୁ 7ଜଣ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 15ରେ ପହଞ୍ଚିଛି " ବୋଲି ମନ୍ତ୍ରୀ କହିଛନ୍ତି ।