ହାଇଦ୍ରାବାଦ: ଯୁବାବସ୍ଥା ପରର ଅବସ୍ଥା ଅର୍ଥାତ ବୃଦ୍ଧାବସ୍ଥା କାହାକୁ ବା ପସନ୍ଦ ଆସିଥାଏ । ସମସ୍ତେ ନିଜର ଶୈଶବ ସମୟରେ ବଡ ହେବାପାଇଁ ଆଶା ପ୍ରକଟ କରିଥାଆନ୍ତି । ମାତ୍ର ବଡ ହେବାପରେ ଏହି ଭ୍ରମ ଦୂର ହୋଇଥାଏ । ଆଉ ଯେତେବେଳେ ବ୍ୟକ୍ତିକୁ ବୃଦ୍ଧବସ୍ଥା ଗ୍ରାସ କରିଥାଏ ଏହା ସବୁଠାରୁ ଦୁଃଖଦ ସମୟ ହୋଇଥାଏ ।
ତେବେ ଅନେକ ଏହି ବୃଦ୍ଧବସ୍ଥାକୁ ଦୂରେଇଦେବା ପାଇଁ ବିଭିନ୍ନ ପ୍ରକାର ଉପଚାର କରିଥାଆନ୍ତି । ଅନେକ ଏଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ କରିଥାଆନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଗୋଟିଏ ଏମିତି ଦେଶ ରହିଛି ଯେଉଁଠି ମହିଳାଙ୍କ ଉପରେ ବଢୁଥିବା ବୟସର କୌଣସି ପ୍ରଭାବ ପଡିନଥାଏ । ଆମେ କହୁଛୁ ତାଇବାନର କଥା । ଏହା ଏକ ଦ୍ବୀପ ଅଟେ । ଯାହା ନିଜ ଚର୍ତୁପାର୍ଶ୍ବରେ ଅନେକ ଦ୍ବୀପକୁ ମିଶାଇ ଚୀନ ଗଣରାଜ୍ୟର ଏକ ଅଂଶ । ଏହି ଦ୍ବୀପ ନିଜ ଭିତରେ ଅନେକ ସାଂସ୍କୃତିକ ସାଉଁଟି ରଖିଛି । ତାଇବାନର ଜନସଂଖ୍ୟା ପ୍ରାୟ 2.36 କୋଟି । ଏଠାକାର 70 ପ୍ରତିଶତ ଲୋକେ ବୌଦ୍ଧ ଧର୍ମକୁ ମାନିଥାଆନ୍ତି ।
ଏଠାକାର ମହିଳା ଖୁବ୍ ସୁନ୍ଦର ହୋଇଥାଆନ୍ତି । ଏହାସହ ଏମାନଙ୍କ ଯୁବାବସ୍ଥା ଖୁବ୍ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ । ତେବେ ଏହା ପଛର ରହସ୍ୟ ସେମାନଙ୍କ ଖାଦ୍ୟ କିମ୍ବା ମେକଅପ୍ ନୁହେଁ । ଏଠାରେ ବସବାସ କରୁଥିବା ଯୁବତୀ ନିଜ ସୁନ୍ଦରତାକୁ ନେଇ ଖୁବ୍ ସଜାଗ ରହିଥାଆନ୍ତି । ଏହି କାରଣରୁ ସେମାନେ ଖରାରେ ବାହାରକୁ ବାହାରନ୍ତି ନାହିଁ । କାରଣ ସେମାନଙ୍କ କହିବା ଅନୁସାରେ, ସୂର୍ଯ୍ୟକିରଣ ତ୍ବଚା ପାଇଁ ହାନିକାରକ ହୋଇଥାଏ ଯାହା ତାଙ୍କ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ଏହାଛଡା ଏମାନେ ଖେଳକୁଦକୁ ଅଧିକ ଗୁରୁତ୍ବ ଦେଇଥାଆନ୍ତି । ଯେଉଁକାରଣରୁ ଏମାନେ ଫିଟ୍ ମଧ୍ୟ ରହିଥାଆନ୍ତି ।
ଆମ ଭିତରେ ଏମିତି ଅନେକ ଲୋକେ ଅଛନ୍ତି ଯେଉଁମାନେ ବର୍ଷାରେ ଭିଜିବା ପାଇଁ ପସନ୍ଦ କରିଥାଆନ୍ତି । ମାତ୍ର ତାଇବାନର ମହିଳାମାନେ ଏଥିରୁ ସମୂର୍ଣ୍ଣ ରୂପେ ଦୂରରେ ରହିଥାଆନ୍ତି । ଏହାସହ ସେମାନଙ୍କୁ ବର୍ଷାରେ ଭିଜିବା ଦ୍ବାରା ଏକ ଆଲର୍ଜି ହୋଇଥାଏ । ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଥିଲା ଯେ, ଏଠାକାର ଲୋକେ ଖୁବ୍ ପରିଶ୍ରମୀ ହୋଇଥାଆନ୍ତି । ଏମାନଙ୍କ ଦିନକୁ 10 ଘଣ୍ଟା ବିନା ବିଶ୍ରାମରେ କାର୍ଯ୍ୟ କରିଥାଆନ୍ତି । ଏମାନେ କମ୍ ବୟୟରେ ଖୁବ୍ ସଫଳତା ପାଇଥାଆନ୍ତି । ସେହିପରି ଏଠାକାର ଲୋକେ ଶିକ୍ଷା ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦେଇଥାଆନ୍ତି । ସେଭଳି ଏମାନେ ଅତିଥିଚର୍ଚ୍ଚା ପାଇଁ ମଧ୍ୟ ଜଣାଯାଆନ୍ତି ।