ଓଡିଶା

odisha

ETV Bharat / bharat

ଖାଉଟିଙ୍କୁ ମହଙ୍ଗା ମାଡ, ପୁଣି ବଢିଲା ତେଲ ଦର - ପୁଣି ବଢିଲା ତେଲ ଦର

ସରକାରୀ କ୍ଷତି ଭରଣ ପାଇଁ ଖାଉଟିଙ୍କୁ ଶୋଷଣ । ଲଗାତାର 19 ଦିନରେ ବଢିଲା ତୈଳ ଦର । ଆଜି ଲିଟର ପିଛା ପେଟ୍ରୋଲ 14, ଡିଜେଲ 16 ପଇସା ମହଙ୍ଗା ।

ପୁଣି ବଢିଲା ତେଲ ଦର
ପୁଣି ବଢିଲା ତେଲ ଦର

By

Published : Jun 25, 2020, 9:34 AM IST

ନୂଆଦିଲ୍ଲୀ: ଲଗାତାର 19 ଦିନରେ ବଢିଲା ତୈଳ ଦର । ଆଜି ପେଟ୍ରୋଲ ଲିଟର ପିଛା 14 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲ 16 ପଇସା ମହଙ୍ଗା ହୋଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 79.92 ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା 80.02 ଟଙ୍କାରେ ବିକ୍ରି ହେଉଛି ।

ଲକଡାଉନ ସମୟରେ ଲୋକେ ରୋଜଗାର ହରାଇଛନ୍ତି । ଆଉ ଏତିକିବେଳେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ତେଲର ଅତ୍ୟଧିକ ଦର ବୃଦ୍ଧି ଏବେ ବଜାର ଉପରେ ପଡିଛି । ସେପଟେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଆନ୍ଦୋଳନ ମଧ୍ୟ ଦେଖାଦେଉଛି ।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଳର ବ୍ୟାରେଲ ପିଛା ଦାମ ୨୦ ଡଲାର ନିମ୍ନ ସ୍ତରରେ ରହିଥିଲା। ବର୍ତ୍ତମାନ ଏହି ଦାମ୍‌ ୪୨ ଡଲାରରୁ ଅଧିକ ହୋଇଗଲାଣି। ଏକ ଡଲାରର ମୂଲ୍ୟ ୭୬ ଟଙ୍କାରୁ ଅଧିକ ହୋଇଯାଇଛି। ସେଥିପାଇଁ ଅଶୋଧିତ ତେଲ ଆମଦାନୀ କରିବା ଲାଗି ତେଲ କମ୍ପାନୀଗୁଡ଼ିକୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ପେଟ୍ରୋଲ ଡିଜେଲ ବଢିବାର କାରଣ ହେଉଛି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏହାସହ ଅତ୍ୟଧିକ ଏକ୍ସସାଇଜ୍ ଡ୍ୟୁଟି ବଢାଇବା ମଧ୍ୟ ଅନ୍ୟ ଏକ କାରଣ କୁହାଯାଉଛି । ଏହାସହ ଲକଡାଉନ ସମୟରେ ତୈଳ କମ୍ପାନୀ ଡିଲିଂ ପ୍ରାଇସ ମେକାନିଜମକୁ ବନ୍ଦ କରି ଦେଇଥିଲେ କେନ୍ଦ୍ର ସରକାର, ଏହା ମଧ୍ୟ ଆଉ ଏକ କାରଣ ବୋଲି କୁହାଯାଉଛି । ସେପଟେ ରାଜ୍ୟ ସରକାରଙ୍କ ଭାଟ୍‌ ବୃଦ୍ଧି ମଧ୍ୟ ଆଉ ଏକ କାରଣ ବୋଲି ଜଣାପଡିଛି ।

ABOUT THE AUTHOR

...view details