ଶ୍ରୀନଗର: ସ୍ବାଧୀନତା ଦିବସ ପରେ ଧୀରେ ଧୀରେ ଜାମ୍ମୁ-କାଶ୍ମୀରରେ ଲାଗିଥିବା କଟକଣା ହଟିବ ବୋଲି ସୂଚନା ଦେଇଛନ୍ତି ଜାମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ। ଅଗଷ୍ଟ ୧୫ ପରେ ଧୀରେ ଧୀରେ କଟକଣାକୁ ଅପସାରଣ କରାଯିବ। ମାତ୍ର ଇଣ୍ଟରନେଟ ଓ ମୋବାଇଲ ସେବା ଉପରେ ଆଉ କିଛି ଦିନ ପାଇଁ କଟକଣା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।
ଅଗଷ୍ଟ ୧୫ ପରେ ଧିରେ ଧିରେ ହଟିବ କଟକଣା: ସତ୍ୟପାଲ ମଲ୍ଲିକ - ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ
ସ୍ବାଧୀନତା ଦିବସ ପରେ ଧୀରେ ଧୀରେ ଜାମ୍ମୁ-କାଶ୍ମୀରରେ ଲାଗିଥିବା କଟକଣାକୁ ଅପସାରଣ କରାଯିବ। ମାତ୍ର ଇଣ୍ଟରନେଟ ଓ ମୋବାଇଲ ସେବା ଆଉ କିଛି ଦିନ ପାଇଁ କଟକଣା ଜାରି ରହିବ ବୋଲି ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ ସୂଚନା ଦେଇଛନ୍ତି ।
ଫାଇଲ ଫଟୋ
ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଏବେ ବି ଜାମ୍ମୁ-କାଶ୍ମୀରର କୋଣଅନୁକୋଣରେ ସୁରକ୍ଷାବାହିନୀଙ୍କ କଡା ପହରା ଜାରି ରହିଛି । ଶାନ୍ତିଶୃଙ୍ଖଳା ପାଇଁ କର୍ଫ୍ୟୁ ଜାରି କରାଯାଇଛି । ଯେତେଦିନ ଯାଏଁ ସ୍ଥିତି ସାଧାରଣ ନ ହୋଇଛି, ସେତେଦିନ ଯାଏଁ ଏହି ଧାରା ଜାରି ରହିବ । ଏହାସହ 15 ଅଗଷ୍ଟ ଦିନ ପୂର୍ବବତ୍ ଧାର୍ଯ୍ୟ ସମୟ ଅନୁସାରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଓ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ।