ଓଡିଶା

odisha

ETV Bharat / bharat

CAA ହିଂସା: 3 ରାଜ୍ୟର ଅଭିଯୋଗ ପରେ ବ୍ୟାନ ହେବ ପିଏଫଆଇ ?

ଉତ୍ତର ପ୍ରଦେଶ ପରେ ଏବେ ଆସାମ ଏବଂ କର୍ଣ୍ଣାଟକ ସରକାର ମଧ୍ୟ କଠୋରପନ୍ଥୀ ଦଳ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।

UP, Assam and Karnataka seeks ban on PFI
ଫାଇଲ ଫଟୋ

By

Published : Jan 4, 2020, 12:22 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପରେ ଏବେ ଆସାମ ଏବଂ କର୍ଣ୍ଣାଟକ ସରକାର ମଧ୍ୟ କଠୋରପନ୍ଥୀ ଦଳ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି) ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାତ୍ମକ କାର୍ଯ୍ୟକଳାପର କିଛି ଦିନ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଏହି ସମସ୍ତ ରାଜ୍ୟ ।

ଗୃହମନ୍ତ୍ରଣାଳୟର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପିଏଫଆଇର ଗତିବିଧି ସମ୍ପର୍କରେ ଉତ୍ତର ପ୍ରଦେଶ ସରକାର ଗୃହମନ୍ତ୍ରଣାଳୟକୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ପିଏଫଆଇର ଷଡଯନ୍ତ୍ର ଯୋଗୁଁ ଉତ୍ତର ପ୍ରଦେଶରେ ହିଂସା ହୋଇଥିବା ଏହି ରିପୋର୍ଟରେ ଦାବି କରାଯାଇଛି । ତେବେ ଏହି ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ସିଏଏ ଏବଂ ଏନଆରସି ବିରୋଧରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନରେ ପିଏଫଆଇର ଭୂମିକାର ତଦନ୍ତ କରୁଥିବା ଜଣାପଡିଛି ।

ସେପଟେ ପିଏଫଆଇ ଏହି ହିଂସାତ୍ମକ ପ୍ରଦର୍ଶନରେ ସକ୍ରିୟ ଥିବା ଉତ୍ତର ପ୍ରଦେଶ ଡିଜିପି ଓପି ସଂହ କହିଛନ୍ତି । ଏହି ମାମଲାରେ ପିଏଫଆଇ ସହ ଜଡିତ 25 ସଦସ୍ୟଙ୍କୁ ଗିରଫ କରାଯାଇଛି ଏବଂ ରାଜ୍ୟ ପୋଲିସ ପାଖରେ ସେମାନଙ୍କ ବିରୋଧରେ ପ୍ରମାଣ ଥିବା ଓପି ସିଂହ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ପିଏଫଆଇ ।

ସୂଚନାଯୋଗ୍ୟ ଯେ, ପିଏଫଆଇ 2006 ମସିହାରେ ସ୍ଥାପନା କରାଯାଇଥିଲା । ଏହି ସଂସ୍ଥା ନିଜକୁ ଏକ ସମାଜସେବା ସଂସ୍ଥା ରୂପରେ ବର୍ଣ୍ଣନା କରେ ଯାହାର ଉଦ୍ଦେଶ୍ୟ ମୁସଲମାନ ଏବଂ ଦଳିତଙ୍କୁ ସେମାନଙ୍କର ଅଧିକାର ପ୍ରାପ୍ତ କରାଇବା ।

ABOUT THE AUTHOR

...view details