ପ୍ରୟାଗରାଜ: ସରିଛି କୁମ୍ଭ ମେଳା । ହେଲେ ପଡିରହିଛି କୁଢ କୁଢ ଅଳିଆ । ଯାହାଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ଆଖପାଖ ଅଞ୍ଚଳ । ହେଲେ ଏଥିପ୍ରତି ପ୍ରଶାସନ ନା ସରକାର କାହାରି ନିଘା ନାହିଁ । କୁମ୍ଭ ମେଳା ଆରମ୍ଭରୁ ସ୍ବଚ୍ଛତାକୁ ନେଇ ୟୁପି ସରକାର ଡେଙ୍ଗୁରା ପିଟୁଥିବାବେଳେ ବାସ୍ତବରେ ଏହା ଫେଲ ମାରିଛି ।
2019 ଜାନୁଆରୀ 14 ତାରିଖରେ ଉତ୍ତରପ୍ରେଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା ବିଶ୍ବ ପ୍ରସିଦ୍ଧ କୁମ୍ଭ ମେଳା । ଏହା ଦୀର୍ଘ 52 ଦିନ ଧରି ଚାଲିଥିଲା । ଏହି ମେଳାରେ ପାଖାପାଖି 20 କୋଟି ଲୋକଙ୍କ ଆଗମନ ହୋଇଥିଲା । ଏଥିପାଇଁ ମେଳାରେ ସ୍ବଚ୍ଛତାକୁ ନେଇ ଖାସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଦେଶ ଓ ଦେଶ ବାହାରରୁ ଆସିଥିବା ଶ୍ରଦ୍ଧାଳୁ ଅନେକ ତାରିଫ କରିଥିଲେ । କାଲି ସେତିକି ନୁହେଁ ଏଥିପାଇଁ ମେଳା ଆୟୋଜିତ କରିଥିବା ପ୍ରଶାସନ ମଧ୍ୟ ସ୍ବଚ୍ଛତାକୁ ନେଇ ରେକର୍ଡ କରିଥିଲେ ।