ଓଡିଶା

odisha

ETV Bharat / bharat

ବିମାନରେ ଯାନ୍ତ୍ରିକ ତୃଟି, ଦୁର୍ଘଟଣାରୁ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ - ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀ

ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଲା ନାଗପୁର-ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟ । ନାଗପୁରରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୃଟି ଯୋଗୁଁ ରନୱେରୁ ଉଡାଣକୁ ବାତିଲ କରାଯାଇଛି ।

ଫାଇଲ ଫଟୋ

By

Published : Aug 13, 2019, 3:50 PM IST

ନୂଆଦିଲ୍ଲୀ: ଏକ ନିଶ୍ଚିତ ଦୁର୍ଘଟଣାକୁ ଅଳ୍ପକେ ବର୍ତ୍ତିଲା ନାଗପୁର-ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟ। ବିମାନ ୬E ୬୩୬ରେ ନାଗପୁରରୁ ଦିଲ୍ଲୀ ଉଡାଣ ଭରିବାକୁ ଯାଉଥିବାବେଳେ ରନୱେରୁ ହିଁ ବାତିଲ କରାଯାଇଥିବା ଜଣାପଡିଛି । ଏହି ବିମାନରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀ ମଧ୍ୟ ଯାତ୍ରା କରୁଥିଲେ ।

ତେବେ ଯାନ୍ତ୍ରିକ ତୃଟି ଯୋଗୁଁ ଟେକଅଫ ପୂର୍ବରୁ ଟ୍ୟାକ୍ସି ୱେକୁ ବିମାନକୁ ଅଟକା ଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନର ଉଡ଼ାଣକୁ ରନୱେରୁ ହିଁ ବାତିଲ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ବିମାନ ଉଡାଣ ପାଇଁ ପ୍ରସ୍ତୁତ ଥିଲା । ଉଡାଣ ଭରିବାକୁ ରନୱେ ପହଞ୍ଚି ଯାଇଥିଲା । ମାତ୍ର ତ୍ରୃତି ବାବଦରେ ପାଇଲଟ ଜାଣିବା ପରେ ତୁରନ୍ତ ଉଡାଣକୁ ଅଟକା ଯାଇଥିଲା । ଏହାପରେ ବିମାନକୁ ଟ୍ୟାକ୍ସିୱେରେ ଫେରେଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ABOUT THE AUTHOR

...view details