ହାଇଦ୍ରାବାଦ: ସଡକ ଦୁର୍ଘଟଣା ପରେ ଆଜି ହାଇଦ୍ରାବାଦର ଜାତୀୟ ରାଜପଥ 65ରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ସକାଳ ସମୟରେ ଏକ ବାଇକରେ ଦମ୍ପତି ଆସୁଥିବା ବେଳେ ଛକ ନିକଟରେ ଧକ୍କା ଦେଇଥିଲା ଆନ୍ଧ୍ର ପ୍ରଦେଶ ସରକାରୀ ବସ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣାରେ ଦମ୍ପତି ମୃତ, 3 ଘଣ୍ଟା ଧରି ଟ୍ରାଫିକ ଜାମ୍ - 3 ଘଣ୍ଟା ଧରି ଟ୍ରାଫିକ ଜାମ୍
ହାଇଦ୍ରାବାଦର ଜାତୀୟ ରାଜପଥ 65ରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଏକ ସରକାରୀ ବସ ବାଇକକୁ ଧକ୍କା ଦେବା ଫଳରେ ଦମ୍ପତି ମୃତ୍ୟୁବରଣ କରିଥିଲେ ଯାହା ଫଳରେ 3ଘଣ୍ଟା ପାଇଁ ରାସ୍ତା ଜାମ ହୋଇଥିଲା ।
ଭିଡିଓ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ
ତେବେ ଘଟଣାର ଖବର ପାଇ ପହଞ୍ଚିଥିଲେ ମୃତ ଦମ୍ପତିଙ୍କ ପରିବାର ଓ ସମ୍ପର୍କୀୟ ମାନେ। ଧାରଣା ଦେବା ସହ ନ୍ୟାୟ ପାଇଁ ଦାବି କରିବା ସହ ଦୀର୍ଘ 3 ଘଣ୍ଟାରୁ ଅଧିକ ସମୟ ଧରି ଅଡି ବସିଥିଲେ । ଯାହାଫଳରେ ଟ୍ରାଫିକ ଜାମ ହୋଇଥିଲା । ଉଭୟ ପାର୍ଶ୍ବରୁ ଆସୁଥିବା ଶହ ଶହ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିଲା ।
ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଅଫିସ କର୍ମଚାରୀ, ସ୍କୁଲ ଓ କଲେଜ ବସ ସହ ଟ୍ରକ ମଧ୍ୟ ଅଟକି ରହିଥିଲା । ପରେ ପୋଲିସ, ଟ୍ରାଫିକ ପୋଲିସ ପହଞ୍ଚି ନିଜ ପାରୁ ପର୍ଯ୍ୟନ୍ତ ଟ୍ରାଫିକ ଜାମକୁ ନିୟନ୍ତ୍ରଣ କରିବାରେ ଚେଷ୍ଟା ଚଳାଇଥିଲେ ।