ଓଡିଶା

odisha

By

Published : Feb 19, 2019, 12:57 PM IST

ETV Bharat / bharat

ଯିଏ ବନ୍ଧୁକ ଉଠାଇବ ସିଏ ମରିବ: ସେନା

କଶ୍ମୀରବାସୀ ଓ ଆତଙ୍କବାଦୀକୁ ସେନାର ଚେତାବନୀ। ବନ୍ଧୁକ ଉଠାଇଲେ ପରିଣାମ ଭୋଗିବ ବୋଲି ସେନା ଓ ଜମ୍ମୁ ପୋଲିସ ଏକ ପ୍ରେସ କନଫରେନସ ଜରିଆରେ ଏହି ସୂଚନା ଦେଇଛି । ଏଥିସହ ଯେଉଁମାନେ ଆତଙ୍କବାଦୀ ଲିଙ୍କରେ ଅଛନ୍ତି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦିଆଯାଇଛି।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଗାଜି ନିହତ ହୋଇଛି । ଏହାପରେ ଉଭୟ ସେନା ଓ ପୋଲିସ ମିଳିତ ସମ୍ମିଳନୀ କରି କଶ୍ମୀର ମହିଳାଙ୍କୁ ଆହ୍ୱାନ କରିଛନ୍ତି । ଏଥିସହ ଆତଙ୍କବାଦୀଙ୍କ ଲିଙ୍କରେ ଥିବା ବ୍ୟକ୍ତି ଓ ପଥର ଫିଙ୍ଗାଳିଙ୍କୁ ଚେତାବନୀ ଦେଇଛନ୍ତି ।

ଜୈଶ-ଏ-ଅହମ୍ମଦ ପାକିସ୍ତାନର ଏକ ଆତଙ୍କବାଦୀ ସଙ୍ଗଠନ। ଯାହାର ଆଭିମୁଖ୍ୟ ଆତଙ୍କବାଦୀ ଆକ୍ରମଣ କରିବା ଏବଂ କଶ୍ମୀରରେ ହିଂସା ସୃଷ୍ଟି କରିବା। ପାକିସ୍ତାନର ଗୁଇନ୍ଦା ଏଜେନ୍ସି(ଆଇଏସଆଇ) ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେନା କହିଛି ।

ସେନା କହିଛି ଆକ୍ରମଣର 100 ଘଣ୍ଟା ମଧ୍ୟରେ ଘାଟିରେ ଥିବା ଜୈଶର କମାଣ୍ଡରଙ୍କୁ ମାରି ଦିଆଯାଇଛି । ଆଗାମୀ ଦିନରେ ସେନା ଉପରକୁ ଯିଏ ବନ୍ଧୁକ ଉଠାଇବ ସିଏ ମରିବ ବୋଲି କହିଛି ସେନା । ସାଧାରଣ ଲୋକଙ୍କୁ ମାରିବା ଯବାନଙ୍କ ଲକ୍ଷ୍ୟ ନୁହେଁ । ହେଲେ ଯିଏ ସହଯୋଗ କରିବ ସେ ସେନାର କଡ଼ା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

କାଶ୍ମୀର ମହିଳାଙ୍କୁ ଆହ୍ୱାନ କରି କହିଛନ୍ତି କି ସେମାନେ ତାଙ୍କ ପରିବାରଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ। ଯେଉଁମାନେ ଆତଙ୍କବାଦୀଙ୍କ ଲିଙ୍କରେ ଅଛନ୍ତି। ସେନା ପାଖରେ ଆତ୍ମସମର୍ପଣ ପଲିସି ରହିଛି । ଯଦି ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କର ପ୍ରମାଣ ମିଳିବ ତାହେଲେ ସେନା କାର୍ଯ୍ୟାନୁଷ୍ଠାନ ନେବାରୁ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି ସେନା । ତେବେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଯବାନ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ସେନା ପ୍ରକାଶ କରିଛି।

ABOUT THE AUTHOR

...view details