ଓଡିଶା

odisha

ETV Bharat / bharat

ସିନ୍ଧି କାଟିଲେ ସିନ୍ଧିଆ, ଏବେ ରାଜସ୍ଥାନରେ ହାତ ଭୟଭୀତ ! - ମଧ୍ୟପ୍ରଦେଶ ରାଜନୀତି

ମଧ୍ୟପ୍ରଦେଶ ସଙ୍କଟ ପରେ ରାଜସ୍ଥାନ ସରକାରକୁ ଗଡାଇ ପୁଣିଥରେ ପଦ୍ମ ରାଜ କରିବା ବିଜେପିର ପରବର୍ତ୍ତୀ ଟାର୍ଗେଟ ହୋଇପାରେ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ଭିତରେ ସମନ୍ବୟ ପୂର୍ଣ୍ଣ ଭାବରେ ନଥିବା ବିଜେପି ପାଇଁ ସତ୍ତାର ସୁଯୋଗ ସୃଷ୍ଟି କରିପାରେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 10, 2020, 2:18 PM IST

Updated : Mar 10, 2020, 2:50 PM IST

ନୂଆଦିଲ୍ଲୀ: ଯାହା ଆଶା କରାଯାଉଛି ମଧ୍ୟପ୍ରଦେଶରେ ‘କମଳ’ ଆଉ ନାଥ ହୋଇ ରହିପାରିବେ ନାହିଁ । ପୁଣି ଥରେ ମଧ୍ୟପ୍ରଦେଶରେ ଶିବରାଜଙ୍କ ‘ରାଜ’ର ସମ୍ଭାବନା ଜଳଜଳ ହୋଇ ଦିଶୁଛି । ଜ୍ୟୋତିରାଦିତ୍ୟଙ୍କ ଗେରୁଆ ଡିଲ୍‌ ପରେ ନାଥ ସରକାର ଏବେ ଅ‘ନାଥ’ ଅର୍ଥାତ ଆସନଚ୍ୟୁତ ହେବାକୁ ଯାଉଛି । ଏହାଭିତରେ ହିନ୍ଦି ହାର୍ଟ ଲ୍ୟାଣ୍ଡର ଏକ ବଡ ରାଜ୍ୟ ହାତ, ହାତରୁ ଖସିବାକୁ ଯାଉଛି । ଅନ୍ୟପଟେ ରାଜସ୍ଥାନରେ ମଧ୍ୟ ବିଜେପି ଭୟ ଘାରିଲାଣି କଂଗ୍ରେସକୁ । ରାଜସ୍ଥାନ ବିଜେପିର ଏଜେଣ୍ଡାରେ ଅଛି କି? ଏଭଳି ପ୍ରଶ୍ନ ସ୍ବାଭାବିକ ।

ମଧ୍ୟପ୍ରଦେଶ ସଙ୍କଟ ପରେ ରାଜସ୍ଥାନ ସରକାରକୁ ଗଡାଇ ପୁଣିଥରେ ପଦ୍ମ ରାଜ କରିବା ବିଜେପିର ପରବର୍ତ୍ତୀ ଟାର୍ଗେଟ ହୋଇପାରେ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ଭିତରେ ସମନ୍ବୟ ପୂର୍ଣ୍ଣ ଭାବରେ ନଥିବା ବିଜେପି ପାଇଁ ସତ୍ତାର ସୁଯୋଗ ସୃଷ୍ଟି କରିପାରେ ।

ସଦ୍ୟ ଏକ ଖବରକୁ ନଜରରେ ନଜର ବୁଲାଇଲେ ଜଣାପଡେ ଯେ, ସଚିନ ପାଇଲଟ ହୀରା ବ୍ୟବସାୟୀ ରାଜୀବ ଆରୋରାଙ୍କୁ ରାଜ୍ୟସଭାକୁ ପଠାଇବାକୁ ବିରୋଧ କରିଛନ୍ତି । ଜଣେ ଦଳୀୟ ସଦସ୍ୟଙ୍କୁ ତାଙ୍କ ସ୍ଥାନରେ ରାଜ୍ୟସଭାକୁ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି । ଜଣେ ବ୍ୟବସାୟୀଙ୍କୁ ପଠାଇବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ତାଙ୍କ ଯୁକ୍ତି ରହିଛି । ଏପରି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଭିତରେ ମନାନ୍ତର ଓ ମତାନ୍ତର ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ ଟେକିପାରେ ।

ସେହିଭଳି କୋଟା ସରକାରୀ ଡାକ୍ତରଖାନାରେ ପିଲାମାନଙ୍କ ମୃତ୍ୟୁ ସମେତ ଅନେକ ପ୍ରସଙ୍ଗରେ ସଚିନ ପାଇଲଟ ବିରୋଧ ସ୍ବର ଉଠାଇଛନ୍ତି । କେବଳ ଏତିକି ନୁହେଁ, ପାଇଲଟ ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ମତଭେଦ କରିଛନ୍ତି । ଯାହା ସଚିନଙ୍କୁ ସିନ୍ଧିଆ ହେବାରେ ବେଶୀ ଦିନ ନେବ ନାହିଁ ବୋଲି କଥା ମଧ୍ୟ ଉଠୁଛି ।

ରାଜସ୍ଥାନରେ କଂଗ୍ରେସ ସରକାର ବିଦ୍ରୋହୀ ବିଏସପି ବିଧାୟକଙ୍କ ସମର୍ଥନରେ ବଞ୍ଚିଛି ।

ରାଜସ୍ଥାନ ବିଧାନସଭା 200 ଆସନ ବିଶିଷ୍ଟ । ବର୍ତ୍ତମାନ କଂଗ୍ରେସକୁ 112 ଜଣ ବିଧାୟକଙ୍କ ସମର୍ଥନ ରହିଛି, ଯେଉଁଥିରେ ସିପିଏମର 3 ଜଣ ଓ ଆରଏଲଡିରୁ ଜଣେ ଅଛନ୍ତି ।

ସେହପରି ବିଜେପିରେ 80 ଜଣ ବିଧାୟକ ଅଛନ୍ତି ଏବଂ 20 ଜଣ ବିଧାୟକଙ୍କ ସମର୍ଥନ ବିଜେପି ସପକ୍ଷରେ ଖେଳ ବଦଳାଇପାରେ । ଯଦି ବିଜେପି ମଧ୍ୟପ୍ରଦେଶ ମଡେଲକୁ ଯାଏ, ତେବେ ରାଜସ୍ଥାନ ସରକାର ମଧ୍ୟ ବିପଦରେ ଅଛନ୍ତି ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ।

ଯେଉଁଭଳି ଭାବରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦଳର 17 ଜଣ ବିଧାୟକଙ୍କୁ ନିଜ ପକ୍ଷରେ ରଖି ‘କମଳ’ଙ୍କୁ ଆଡେଇ କମଳ ଶିବିରରେ ପ୍ରବେଶ କରିଛନ୍ତି । ଅସନ୍ତୁଷ୍ଟ ନେତା ଭାବେ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେହିଭଳି ଭାବରେ ସଚ୍ଚିନ ପାଇଲଟ ସମାନ ରାସ୍ତା ଆପଣାଇବା ସମ୍ଭାବନାକୁ ଅଣଦେଖା କରାଯାଇନପାରେ ।

@IANSଇନପୁଟ

Last Updated : Mar 10, 2020, 2:50 PM IST

ABOUT THE AUTHOR

...view details