ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ସଙ୍କଟ । ମେ 3ରେ ଶେଷ ହେଉଛି ଲକଡାଉନ । ଏହା ପୂର୍ବରୁ କେନ୍ଦ୍ର ଶାସ୍ତ୍ର ମନ୍ତ୍ରଣାଳୟ ଆଜି ଦେଶକୁ ପୁଣି ଥରେ ରେଡ ଜୋନ, ଅରେଞ୍ଜ ଜୋନ ଓ ଗ୍ରୀନ ଜୋନ ଅଞ୍ଚଳରେ ବିଭକ୍ତ କରିଛନ୍ତି । ସେହି ଅନୁସାରେ ମେ 3 ପରେ ସେହି ରାଜ୍ୟରେ କଟକଣା ନିର୍ଦ୍ଧାରିତ କରାଯିବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦାନ ।
ଏହି ନିୟମ ଅନୁସାରେ, ଯଦି 21 ଦିନ ପର୍ଯ୍ୟନ୍ତ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ନ ହୁଅନ୍ତି ତେବେ ସେ ଅଞ୍ଚଳ ଗ୍ରୀନ ଜୋନରେ ରହିବ । ଯାହାକି ପୂର୍ବରୁ 28 ଦିନ ମଧ୍ୟରେ ରହିଥିଲା । ଏହା ଦେଶର ମୋଟ 736ଟି ଜିଲ୍ଲା ମଧ୍ୟରୁ 130ଟି ଜିଲ୍ଲା ରେଡ ଜୋନରେ ରହିବ । 284ଟି ଅରେଞ୍ଜ ଓ 319ଟି ଗ୍ରୀନ ଜୋନରେ ବିଭକ୍ତ ହୋଇଛି ।