ଅନେକ ଲୋକ ଖାଇବା ପରେ ପାନ ମଧୁରୀ ଖାଇଥାନ୍ତି । ଏହାସହ ପାନ ମଧୁରୀକୁ ପାଣିରେ ମିଶେଇ ପିଇବା ଓ ଏହାକୁ ଚା କରି ପିଇବା ଯଦି ଆପଣଙ୍କୁ ପସନ୍ଦ ଅଛି ତେବେ ଏହା ଶରୀର ପାଇଁ ହିତକର । ଜାଣତ ହେଉ ବା ଅଜାଣତ ଯଦି ଆପଣଙ୍କୁ ପାନ ମଧୁରୀ ଭଲ ଲାଗୁଛି ଏହା ଶରୀର ପାଇଁ ଭଲ। ତେବେ ଆସନ୍ତୁ ଜାଣିବା ପାନ ମଧୁରୀର ଉପକାରିତା ବିଷୟରେ...
ପେଟ ସମସ୍ୟା ଦେଖାଯାଉଥିଲେ ପାନ ମଧୁରୀ ଅତ୍ୟନ୍ତ ଲାଭପ୍ରଦ । ଏହାକୁ ଖାଇବା ଦ୍ବାରା ହଜମ କ୍ରିୟା ବୃଦ୍ଧି ପାଇଥାଏ। ଏହାଛଡା ଯଦି ଆପଣଙ୍କ ଗ୍ୟାସ ଅସୁବିଧା ରହିଛି ଓ ପେଟ ଫୁଲିକି ରହୁଛି ତେବେ ପାନ ମଧୁରୀ ଖାଆନ୍ତୁ ଆରାମ ମିଳିବ ।
ପାନ ମଧୁରୀରେ ପ୍ରଚୁର ପରିମାଣରେ ଖଣିଜ ଲବଣ, ପୋଟାସିୟମ, ଫସଫରସ , ଜିଙ୍କ୍, ମାଙ୍ଗାନିଜ, ଆଇରନ, ସେଲେନିୟମ ଓ କ୍ୟାଲସିୟମ ରହିଛି ।
ହୃଦରୋଗୀଙ୍କ ପାଇଁ ପାନ ମଧୁରୀ ବହୁତ ଜରୁରୀ । ଏହାକୁ ଖାଇବା ଦ୍ବାରା ଶରୀର ଓ ହୃଦୟ ସୁସ୍ଥ ରହିଥାଏ । କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଯାହା ଶରୀରରେ କୋଲେଷ୍ଟ୍ରଲ ମାତ୍ରାକୁ କମ କରିବା ସହ ହୃଦଘାତଜନିତ ସମସ୍ୟା ଦୂର କରିଥାଏ ।
ଏକ ଗବେଷଣାରୁ ଜଣାପଡିଛି ଯେ, ଗର୍ଭବତୀ ମହିଳାମାନଙ୍କୁ ପ୍ରତ୍ୟେକ ଦିନ 7.5 ଗ୍ରାମର ପାନ ମଧୁରୀ ଗୁଣ୍ଡ, 3 ଗ୍ରାମ ବ୍ଲାକ ଟି ପିଇବା ଜରୁରୀ । ଯାହାଦ୍ବାରା ମା ଓ ଜନ୍ମିତ ଶିଶୁ ସୁସ୍ଥ ରହିଥାଏ । ନବଜାତ ଶିଶୁର ଓଜୋନରେ ମଧ୍ୟ ବୃଦ୍ଧି ହୋଇଥାଏ ।