ଓଡିଶା

odisha

ETV Bharat / bharat

JNU ପରେ IIMCରେ ଫି ବୃଦ୍ଧି ନେଇ ଛାତ୍ର ଆନ୍ଦୋଳନ - iimc protest

ଜେଏନୟୁ ପରେ ଏବେ  ଆଇଆଇଏମସିରେ  ଫିସ୍ ବୃଦ୍ଧିକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଛି । ହଷ୍ଟେଲ ଫିସ୍ ବୃଦ୍ଧି ଏବଂ ମେସ୍ ଚାର୍ଜ ବିରୋଧରେ ବୁଧବାର ଦିଲ୍ଲୀର ଇଣ୍ଡିଆନ୍ ଇଷ୍ଟିଟ୍ୟୁଟ ଅଫ୍ ମାଶ୍ କମ୍ୟୁନିକେସନ(ଆଇଆଏମସି)ର ଛାତ୍ରଛାତ୍ରୀ କ୍ୟାମ୍ପସ ବାହାରେ ଆନ୍ଦୋଳନ କରିଛନ୍ତି ।

IIMC student protest
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Dec 4, 2019, 11:00 AM IST

ନୂଆଦିଲ୍ଲୀ: ଜେଏନୟୁ ପରେ ଏବେ ଆଇଆଇଏମସିରେ ଫିସ୍ ବୃଦ୍ଧିକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଛି । ହଷ୍ଟେଲ ଫିସ୍ ବୃଦ୍ଧି ଏବଂ ମେସ୍ ଚାର୍ଜ ବିରୋଧରେ ବୁଧବାର ଦିଲ୍ଲୀର ଇଣ୍ଡିଆନ୍ ଇଷ୍ଟିଟ୍ୟୁଟ ଅଫ୍ ମାଶ୍ କମ୍ୟୁନିକେଶନ(ଆଇଆଏମସି)ର ଛାତ୍ରଛାତ୍ରୀ କ୍ୟାମ୍ପସ ବାହାରେ ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଛାତ୍ରୀଙ୍କ ପାଇଁ ହଷ୍ଟେଲ ଏବଂ ମେସ୍ ଫି 6500 ଥିବାବେଳେ ଛାତ୍ରଙ୍କୁ କେବଳ ଗୋଟିଏ ରୁମ୍ ପାଇଁ 5250 ଟଙ୍କା ଫି ଦେବାକୁ ପଡୁଛି । ସେହିପରି ଜଣେ ଛାତ୍ରଙ୍କ କହିବା ଅନୁଯାୟୀ, 10 ମାସର କୋର୍ସ ପାଇଁ ଏଠାରେ 95 ହଜାରରୁ ଉର୍ଦ୍ଧ୍ବ ଫି ନିଆଯାଉଛି । ଏହାଛଡା ଏହି ଫି କୁ ଛାଡି ହଷ୍ଟେଲ ଏବଂ ମେସ ପାଇଁ ଅଲଗା ଅଲଗା ଫିସ୍ ଦେବାକୁ ପଡୁଛି ।

ଯାହାଫଳରେ ମଧ୍ୟମବର୍ଗ ପରିବାର ଆସୁଥିବା ଛାତ୍ରଙ୍କ ପାଇଁ ଏହି ଫି ଦେବା କଷ୍ଟସାଧ୍ୟ ହେଉଛି । ଏହାଛଡା ଏତେ ଟଙ୍କା ଫିସ୍ ନିଆଯାଇ ମଧ୍ୟ ଏଠାରେ ସ୍ଥାୟୀ ଶିକ୍ଷକ ନାହାନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ଗେଷ୍ଟ ଫାକଲ୍ଟିଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ଏହି ସବୁ ଦାବି ନେଇ ବୁଧବାର ଆଇଆଇଏମସି କ୍ୟାମ୍ପସ ବାହାରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି ।

ପ୍ରକାଶ ଥାଉକି, ଗତ 2015-16ରେ ଆଇଆଇଏମସି ହିନ୍ଦୀ ସାମ୍ବାଦିକତା କୋର୍ସ ଫି 60 ହଜାର ଥିଲା ଯାହା ଏବେ ବୃଦ୍ଧି ପାଇ 94,500 ହୋଇଛି ।

ABOUT THE AUTHOR

...view details