ଓଡିଶା

odisha

ETV Bharat / bharat

ଭାରତ ପରେ ଟିକଟକକୁ ବ୍ୟାନ କରିପାରନ୍ତି ଅଷ୍ଟ୍ରେଲିଆ ଓ ଆମେରିକା - ଭାରତ ପରେ ଟିକଟକକୁ ବ୍ୟାନ କରିପାରନ୍ତି ଅଷ୍ଟ୍ରେଲିଆ ଓ ଆମେରିକା

ଚୀନଟେକ୍ କମ୍ପାନୀ ବା ଚାଇନିଜ୍ ଡେଭଲପର୍ସଙ୍କ ମାଲିକାନାରେ ଥିବା 59 ଟି ଆପ୍ ଆନୁଷ୍ଠାନିକ ଭାବରେ ନିଷିଦ୍ଧ ହେବାର କିଛି ଦିନ ପରେ, ଅଧିକାଂଶ ଦେଶ ବର୍ତ୍ତମାନ ଚାଇନାର ମାଲିକାନା ଆପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଚାହିଁଛନ୍ତି।

ଟିକଟକକୁ ବ୍ୟାନ କରିପାରନ୍ତି ଅଷ୍ଟ୍ରେଲିଆ ଓ ଆମେରିକା
ଟିକଟକକୁ ବ୍ୟାନ କରିପାରନ୍ତି ଅଷ୍ଟ୍ରେଲିଆ ଓ ଆମେରିକା

By

Published : Jul 7, 2020, 12:43 PM IST

ନୂଆଦିଲ୍ଲୀ: ଚୀନଟେକ୍ କମ୍ପାନୀ ବା ଚାଇନିଜ୍ ଡେଭଲପର୍ସଙ୍କ ମାଲିକାନାରେ ଥିବା 59 ଟି ଆପ୍ ଆନୁଷ୍ଠାନିକ ଭାବରେ ନିଷିଦ୍ଧ ହେବାର କିଛି ଦିନ ପରେ, ଅଧିକାଂଶ ଦେଶ ବର୍ତ୍ତମାନ ଚାଇନାର ମାଲିକାନା ଆପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଚାହିଁଛନ୍ତି। ଜାତୀୟ ସୁରକ୍ଷାକୁ ନେଇ ଭୟ ଓ ୟୁଜର୍ସଙ୍କ ତଥ୍ୟ ଚୀନ ସହିତ ବାଣ୍ଟିବାର ସମ୍ଭାବନା ମଧ୍ୟରେ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଟିକଟକ୍ ଅନ୍ତର୍ଭୁକ୍ତ । ଏହି ସମୟରେ ଚୀନ ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକତା ଉପରେ ଆମେରିକା ଓ ଅଷ୍ଟ୍ରେଲିଆ ଉଭୟ ସ୍ବର ଉତ୍ତୋଳନ କରିଛନ୍ତି ।

ଆମେରିକାରେ ବୈଦେଶିକ ସଚିବ ମାଇକ ପୋମ୍ପିଓ କିଛି ଘଣ୍ଟା ପୂର୍ବରୁ ନିଶ୍ଚିତ କରିଛନ୍ତି ଯେ ଟିକଟକ ଓ ଚାଇନାର ଅନ୍ୟ ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ । ଆମେରିକାର ରାଜନେତାମାନେ ଏହାକୁ ଜାତୀୟ ସୁରକ୍ଷା ବିପଦ ବୋଲି ବାରମ୍ବାର ସମାଲୋଚନା କରି କହିଛନ୍ତି ଯେ ଏହି ଆପ୍ ଚୀନ ସରକାରଙ୍କୁ ତଥ୍ୟ ପଠାଉଛି। ଅନ୍ୟପକ୍ଷେ ଟିକଟକ୍ କହିଛି ଯେ, ଏହି ଆପ୍ ଗୁଡିକ ଚୀନ ସର୍ଭର ବାହାରେ ତେଣୁ ଚୀନ ସହ କୌଣସି ଡାଟା ସେୟାର କରାଯାଉନାହିଁ ।

ଚାଇନାରେ 2017 ର ନ୍ୟାସନାଲ ଇଣ୍ଟେଲିଜେନ୍ସ ଆଇନ୍ ସମସ୍ତ ଟେକ୍ କମ୍ପାନୀ ଗୁଡିକୁ ନିୟନ୍ତ୍ରଣ କରେ । ଏହି ନିୟମ ଅନୁସାରେ ସମସ୍ତ କମ୍ପାନୀ ସରକାରର ସହ ସୂଚନା ବାଣ୍ଟିବାକୁ ବାଧ୍ୟ । ଅନ୍ୟପକ୍ଷେ ଅଷ୍ଟ୍ରେଲିଆରେ ଟିକଟକ୍ ଓ ଅନ୍ୟାନ୍ୟ ଚାଇନିଜ୍ ସୋସିଆଲ ମିଡିଆ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଆହ୍ବାନ ଦେଇଛନ୍ତି। ଆପ୍ ଡେଭଲପର୍ ମାନେ ଚୀନ ସରକାରଙ୍କ ସହ ୟୁଜର୍ସଙ୍କ ତଥ୍ୟ ବାଣ୍ଟୁଛନ୍ତି ବୋଲି ଆଶଙ୍କା କରି ସୋସିଆଲ ମିଡିଆ ଆପ ଟିକଟକକୁ ବୈଦେଶିକ ହସ୍ତକ୍ଷେପ ସାମ୍ନାରେ ରଖିବାକୁ ସାମ୍ନାରେ ଯୋଜନା କରାଯାଇଛି । ଜଣେ ସାଂସଦ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ଦେଶରେ ୟୁଜର୍ସଙ୍କ ତଥ୍ୟ ସଂଗ୍ରହ କରିବା ଚୀନ କମ୍ୟୁନିଷ୍ଟ ପାର୍ଟିର ଏହା ଏକ ପ୍ରୟାସ।

ଟିକଟକ୍ ସମଗ୍ର ବିଶ୍ବରେ ବେଶ୍ ଲୋକପ୍ରିୟ । ଆନାଲିଟିକ୍ସ ଫାର୍ମ ସେନସର ଟାୱାର ଅନୁଯାୟୀ, ଟିକଟକ ଆଣ୍ଡ୍ରୋଏଡ ଫୋନରେ 39 ମିଲିୟନ ଓ ଆଇଫୋନରେ 14 ମିଲିୟନ ଥର ଡାଉନଲୋଡ୍ ହୋଇଛି। ଏହି ଆପ୍ ଆଣ୍ଡ୍ରୋଏଡ୍ ଓ ଆଇଓଏସରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ସର୍ବଭାରତୀୟ ସ୍ତରରେ 2 ବିଲିୟନରୁ ଅଧିକ ଡାଉନଲୋଡ କରାଯାଇଛି ।

ABOUT THE AUTHOR

...view details