ଓଡିଶା

odisha

ପାରମ୍ପରିକ ଗାମୁଛା ଓ ହାତ ତିଆରି ମାସ୍କ ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ

By

Published : Apr 14, 2020, 1:18 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ପାରମ୍ପରିକ 'ଗାମୁଛା' ଦ୍ବାରା ପାଟି ଓ ନାକକୁ ଆଚ୍ଛାଦିତ କରିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

After home-made mask, Modi opts for 'Gamcha' during address to countrymen
ଲକଡାଉନ ଘୋଷଣା ବେଳେ ପାରମ୍ପରିକ ଗାମୁଛା ବ୍ୟବହାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ପାରମ୍ପରିକ 'ଗାମୁଛା' ଦ୍ବାରା ପାଟି ଓ ନାକକୁ ଆଚ୍ଛାଦିତ କରିଥିବା ଦେଖିବାକୁ ମିଳିଛି।

ମୋଦିଙ୍କ ‘ଗାମୁଛା’ ଧଳା ରଙ୍ଗର ହୋଇଥିବା ବେଳେ ଗେରୁଆ, କଳା ଓ ଧଳା ରଙ୍ଗର ବର୍ଡର ରହିଥିଲା । ଭାଷଣ ଆରମ୍ଭରେ ସେ ଦେଶକୁ ନମସ୍କାର ସହିତ ଅଭିବାଦନ ଜଣାଇ ପାଟି ଓ ନାକକୁ ଆଚ୍ଛାଦିତ କରିଥିଲେ। ପରେ ସେ ଦେଶକୁ ସମ୍ବୋଧିତ କରିବା ସମୟରେ ଏହାକୁ ତଳକୁ ଖସାଇ ଦେଇଥିଲେ ।

ଏହାପୂର୍ବରୁ ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ସେ କୋରୋନା ଭାଇରସ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଭାବେ ହାତତିଆରି ଖଦି ମାସ୍କ ପିନ୍ଧିଥିବା ନଜରକୁ ଆସିଥିଲେ। ରାଷ୍ଟ୍ରକୁ ସମ୍ବୋଧିତ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ଲକଡାଉନକୁ ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ସହ ଲକଡାଉନର ନିୟମ ମାନିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଭାରତର ମୋଟ କୋରୋନା ଭାଇରସ ପଜିଟିଭ ମାମଲା 10ହଜାର 3ଶହ 63କୁ ବୃଦ୍ଧି ପାଇଛି । ଏଥିରେ 8,988ଜଣ ଚିକିତ୍ସିତ ହେଉଥିବା ବେଳେ 1,035 ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି 339ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।

@ANI

ABOUT THE AUTHOR

...view details