ଓଡିଶା

odisha

ETV Bharat / bharat

ବନ୍ୟା ପରେ ମହାମାରୀ, ଡେଙ୍ଗୁରେ 900 ଆକ୍ରାନ୍ତ - ମହାମାରୀ ଆତଙ୍କ

ବନ୍ୟା ପରେ ଏବେ ବିହାରକୁ ମହାମାରୀ ଆତଙ୍କ। ରାଜ୍ୟରେ ଏବେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସରକାରୀ ଭାବେ ଏହା 640 କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହା 800 ବୋଲି କୁହାଯାଉଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 7, 2019, 3:14 PM IST

ପାଟନା: ବିହାରକୁ ଏବେ ଶନିଦଶା ଘାରିଛି । ପାଖାପାଖି ଏକ ମାସ ଧରି ଜଳବନ୍ଦୀ ହୋଇ ରହିବା ପରେ ଏବେ ବିହାରବାସୀଙ୍କୁ ମହାମାରୀ ଭୟ । ବର୍ଷାର ଛାଡ଼ି ଯାଇଥିଲେ ମଧ୍ୟ ଅନେକ ସ୍ଥାନରୁ ଏବେ ମଧ୍ୟ ବନ୍ୟାଜଳ ଛାଡ଼ି ନାହିଁ । ଫଳରେ ଅଧିକାଂଶ ସ୍ଥାନରେ ଏବେ ମହାମାରୀ ଭୟ ଦେଖାଦେଇଛି । ଅନେକ ସ୍ଥାନରେ ଏବେ ଝାଡ଼ାବାନ୍ତି ସହିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ ବିଗତ 4 ଦିନ ମଧ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ଭାବେ ଏହା 640ରେ ପହଞ୍ଚିଥିବା ବେଳେ ବେସରକାରୀ ସୂତ୍ର ଅନୁଯାୟୀ ଏହା 800ରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ବିହାରର ଯେଉଁସ୍ଥାନରେ ଏବେବି ବନ୍ୟା ଜଳ ରହିଛି, ସେହି ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଡାକ୍ତରଙ୍କ କହିବା ଅନୁଯାୟୀ ରାଜେନ୍ଦ୍ର ନଗର, ଗୋଲା ରୋଡ଼, ପାଟଳିପୁତ୍ର ପ୍ରଭୃତି ଅଞ୍ଚଳରେ ଏବେ ବି ବନ୍ୟା ଜଳ ଛାଡ଼ି ନାହିଁ । ଏଠାରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ଦେଖାଦେଇଛି। ଫଳରେ ଏଠାରେ ରୋଗୀଙ୍କ ସଂଖ୍ୟା ବଢୁଛି ବୋଲି ଡାକ୍ତର କହିଛନ୍ତି।

ସେହିପରି ସ୍ବାସ୍ଥ୍ୟବିଭାଗର ମୁଖ୍ୟ ସଚିବ କହିଛନ୍ତି କି ସଞ୍ଜୟ କୁମାର କହିଛନ୍ତି କି, ପାଟନାରେ ଡେଙ୍ଗୁର ପ୍ରକୋପ ନାହିଁ । ମାତ୍ର ଗ୍ରାମାଞ୍ଚଳରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଡେଙ୍ଗୁ ବ୍ୟାପକ ଭାବେ ବ୍ୟାପିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ରୋଗୀଙ୍କ ଚିକିତ୍ସା ପାଇଁ 24ଟି ଟିମ କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା 900 ମାମଲା ଆସିଥିବା ବେଳେ ପାଖାପାଖି 640ଟି ଡେଙ୍ଗୁ ପଜିଟିଭି ରହିଥିବା ସେ କହିଛନ୍ତି।

ABOUT THE AUTHOR

...view details