ଓଡିଶା

odisha

ETV Bharat / bharat

ସ୍ବାଭାବିକ ହେଲା ଘାଟି ସ୍ଥିତି, ଦୋକାନବଜାରରେ ଗ୍ରାହକଙ୍କ ଭିଡ - ଗ୍ରାହକଙ୍କ ଭିଡ

ଜମ୍ମୁରେ ଦୋକାନ ବଜାର ଖୋଲିବା ପରେ ଜମିଛି ଗ୍ରାହକଙ୍କ ଭିଡ । ଆଉ କିଛି ଦିନ ଦୋକାନ ବନ୍ଦ ହେବା ଯୋଗୁଁ କ୍ଷତି ସହିଛନ୍ତି ବ୍ୟବସାୟୀ । ହେଲେ ଅନୁଚ୍ଛେଦ 370 ପ୍ରତ୍ୟାହାର ନେଇ ଖୁସି ଅଛନ୍ତି ବ୍ୟବସାୟୀ ।

ଫଟୋ ସୌଜନ୍ୟ : ଟ୍ବିଟର@ANI

By

Published : Aug 11, 2019, 3:20 AM IST


ଶ୍ରୀନଗର: ସୁଧୁରୁଛି ଘାଟିର ଅବସ୍ଥା । ଧାରା 144 ପ୍ରତ୍ୟାହାର ପରେ ଜମ୍ମୁରେ ସ୍ବାଭାବିକ ହେଉଛି ସାଧାରଣ ଜନଜୀବନ । ଶିକ୍ଷାନୁଷ୍ଠାନ ସହ ଖୋଲିଛି ଦୋକାନବଜାର ।

ଭିଡିଓ ସୌଜନ୍ୟ : ଏଏନଆଇ

ଜିନିଷ କିଣିବା ପାଇଁ ବଜାରରେ ଜମିଛି ଭିଡ । ମନ ମୁତାବକ ଦୋକାନରୁ ଜିନିଷ କିଣି ନେଉଛନ୍ତି ଜମ୍ମୁବାସୀ । ଶାନ୍ତି ଶୃଙ୍ଖଳାର ସହ ଅନେକ ଦିନ ପରେ ବ୍ୟବସାୟ ଆରମ୍ଭ କରିଛନ୍ତି ବ୍ୟବସାୟ ।

ପୂଜା ସାମଗ୍ରୀ ,ଷ୍ଟେସନାରୀ ଦୋକାନ ଠାରୁ ଆରମ୍ଭ କରି ପୋଷାକ ଦୋକାନ ମଧ୍ୟ ଖୋଲିଛି । ଷ୍ଟେସନାରୀ ଦୋକାନରେ ମହିଳା ଗ୍ରାହକଙ୍କ ଜମିଛି ଭିଡ । ନିଜର ଆବଶ୍ୟକୀୟ ଜିନିଷ ମହିଳାମାନେ କିଣୁଥିବା ଦେଖାଦେଇଛି ।

ଅନ୍ୟପଟେ ଜମ୍ମୁ-କାଶ୍ମୀରରୁ ଧାରା 370 ହଟିବାକୁ ପ୍ରଂଶସା କରିଛନ୍ତି ବ୍ୟବସାୟୀ । ବ୍ୟବସାୟରେ କ୍ଷତି ହେଲେ ବି ଏହି ନୂଆ ନିୟମକୁ ସ୍ବାଗତ କରିଛନ୍ତି ଜମ୍ମୁ ବ୍ୟବସାୟୀ ।

ABOUT THE AUTHOR

...view details