ଓଡିଶା

odisha

ETV Bharat / bharat

ବାଟ ଓଗାଳିଛି ନିର୍ବାଚନୀ ଆଚରଣବିଧି, ଆସିପାରୁନି ନୂଆ ଶିକ୍ଷା ନୀତି - union minister

ଗତବର୍ଷ ଜୁନ ମାସରେ ଗଠିତ କସ୍ତୁରୀରଙ୍ଗନ ପ୍ୟାନେଲଙ୍କୁ ରିପୋର୍ଟ ଫାଇନାଲ କରିବା ପାଇଁ ପାଞ୍ଚ ଥର ଅଧିକ ସମୟ ଦିଆଯାଇଛି । କମିଟିର କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବର ମାସରେ ସମ୍ପ୍ରସାରିତ ହୋଇଥିଲା । ଏବର୍ଷ ପୁଣି ଏହା ଏପ୍ରିଲ ୬, ଜୁନ ୨୦ ଏବଂ ଅଗଷ୍ଟ ୨୮ ତାରିଖରେ ମଧ୍ୟ ସମ୍ପ୍ରସାରିତ ହେବ ।

ଫାଇଲ ଫଟୋ

By

Published : Mar 18, 2019, 2:42 PM IST

ନୂଆଦିଲ୍ଲୀ: ଆସନ୍ତା ଶିକ୍ଷାବର୍ଷ ପାଇଁ ନୂତନ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଯାଇଛି । ମାତ୍ର ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହା ପ୍ରକାଶ ପାଇପାରିବ ନାହିଁ ବୋଲି ଜଣାପଡିଛି । ଆଗାମୀ ଲୋକସଭା ନିର୍ବାଚନ ପରେ ଏହା ଲାଗୁ ହେବ ବୋଲି କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ।

ଜାତୀୟ ନୂତନ ଶିକ୍ଷାବର୍ଷ ପାଇଁ ଡ୍ରାଫ୍ଟ କରିବାକୁ ପୂର୍ବତନ ଇସ୍ରୋର ମୁଖ୍ୟ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱାଧୀନ କମିଟିର ରିପୋର୍ଟ ପ୍ରସ୍ତୁତ ରହିଛି । ଏବେ ଏହି ରିପୋର୍ଟର ହିନ୍ଦୀ ଅନୁବାଦ କରାଯାଉଛି । ଆସନ୍ତା 2020ରୁ 2040 ପର୍ଯ୍ୟନ୍ତ ଏହି ଶିକ୍ଷା ନୀତି ଲାଗୁ ହେବ । କିନ୍ତୁ ଆଦର୍ଶ ଆଚରଣବିଧି ଲାଗୁ ହୋଇ ଯାଇଥିବାରୁ ତାହା ନିର୍ବାଚନ ପରେ ପ୍ରକାଶ ପାଇବ ବୋଲି ପ୍ରକାଶ କହିଛନ୍ତି ।

ଗତବର୍ଷ ଜୁନ ମାସରେ ଗଠିତ କସ୍ତୁରୀରଙ୍ଗନ ପ୍ୟାନେଲଙ୍କୁ ରିପୋର୍ଟ ଫାଇନାଲ କରିବା ପାଇଁ ପାଞ୍ଚ ଥର ଅଧିକ ସମୟ ଦିଆଯାଇଛି । କମିଟିର କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବର ମାସରେ ସମ୍ପ୍ରସାରିତ ହୋଇଥିଲା । ଏବର୍ଷ ପୁଣି ଏହା ଏପ୍ରିଲ ୬, ଜୁନ ୨୦ ଏବଂ ଅଗଷ୍ଟ ୨୮ ତାରିଖରେ ମଧ୍ୟ ସମ୍ପ୍ରସାରିତ ହେବ ।

୨୦୧୪ ନିର୍ବାଚନ ପୂର୍ବରୁ ଶାସକ ବିଜେପି ନିଜର ଇସ୍ତାହାରରେ ଜାତୀୟ ଶିକ୍ଷା ନୀତି ଏକ ମୁଖ୍ୟ ସଂସ୍କାର ବୋଲି ପ୍ରତିଶ୍ରୁତି ଦେଇଥିଲା । ୧୯୮୬ରେ ଏହି ନୀତି ଗଠିତ ହୋଇ ୧୯୯୨ରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ପୂର୍ବରୁ ସ୍ମୃତି ଇରାନୀ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଥିବାବେଳେ ଏକ କମିଟି ଗଠନ ହୋଇଥିଲା । ପୂର୍ବତନ କ୍ୟାବିନେଟ ସେକ୍ରେଟାରୀ ଟିଏସଆର ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଏହି କମିଟି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନିଜର ମତ ଦେଇଥିଲେ ।

ABOUT THE AUTHOR

...view details