ଓଡିଶା

odisha

ETV Bharat / bharat

ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିଲା ମୃତ ସର୍ପ - କିଶୋରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ସର୍ପର ପୋଷ୍ଟମୋର୍ଟମ କଥା ଶୁଣିଛନ୍ତି କି? କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ । ଯେଉଁଠି ମୃତ୍ୟୁର କାରଣ ଜାଣିବା ପାଇଁ ସାପର ଶବ ବ୍ୟବଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ....

ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିଲା ସର୍ପର ପୋଷ୍ଟମୋର୍ଟମ
ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିଲା ସର୍ପର ପୋଷ୍ଟମୋର୍ଟମ

By

Published : Dec 5, 2019, 10:09 AM IST

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତିବିଶେଷଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥାଏ ତେବେ ତାର ଶରୀରର ପୋଷ୍ଟମୋର୍ଟମ ହୋଇଥାଏ । ମାତ୍ର ଆପଣ କେବେ ସର୍ପ ର ପୋଷ୍ଟମୋର୍ଟମ କଥା ଶୁଣିଛନ୍ତି କି? କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ । ଯେଉଁଠି ମୃତ୍ୟୁର କାରଣ ଜାଣିବା ପାଇଁ ସାପର ଶବ ବ୍ୟବଚ୍ଛେଦ କରାଯାଇଛି । କଣ ରହିଛି ପୂରା ଘଟଣା ଜାଣିବା ପାଇଁ ପଢନ୍ତୁ...

ଫରିଦାବାଦ ସ୍ଥିତ ଖେଡିପୁଲ ଥାନା କ୍ଷେତ୍ରରେ ଥିବା ଗୋଟିଏ ଗାଁରେ ବାସ କରୁଥିବା କିଶୋରୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା । ତେବେ ଘଟଣାସ୍ଥଳରେ ହିଁ ଏକ ସର୍ପକୁ ମାରିଥିଲେ ସ୍ଥାନୀୟ ଲୋକେ । ଏହାପରେ ପରିବାର ଲୋକେ କିଶୋରୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ବିନା ପୋଷ୍ଟମର୍ଟମରେ ହିଁ ପରିବାର ଲୋକେ ତାଙ୍କର ଅନ୍ତିମସଂସ୍କାର ମଧ୍ୟ ସାରିଥିଲେ । ଅନ୍ୟପଟେ ଗାଁର ଜଣେ ବ୍ୟକ୍ତି ଯୁବତୀଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ ।

ଖବରପାଇଁ ପୋଲିସ ଶ୍ମସାନରେ ପହଞ୍ଚିଥିଲା । ସେପର୍ଯ୍ୟନ୍ତ ଚିତା ସମୂର୍ଣ୍ଣରୂପେ ଜଳିସାରିଥିଲା । ଫେରେନସିକ୍ ଯାଞ୍ଚ ପାଇଁ ପୋଲିସ ଉକ୍ତ ପାଉଁଶକୁ ଯାଞ୍ଚ ପାଇଁ ପଠାଇଥିଲା । ଏହାସହ ସ୍ଥାନୀୟଲୋକଙ୍କ ଦ୍ବାରା ମରାଯାଇଥିବା ସାପକୁ ମଧ୍ୟ ମାଟିତଳୁ ଖୋଳି ପୋଷ୍ଟମୋର୍ଟମ ପାଇଁ ପଠାଯାଇଥିଲା । ତେବେ ପୋଷ୍ଟମୋର୍ଟ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ସାପ କାମୁଡାରେ ହିଁ କିଶୋରୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ପୋଲିସର ସୂଚନା ଅନୁସାରେ, ଯଦି କିଶୋରୀଙ୍କ ମୃତ୍ୟୁ ସାପ କାମୁଡିବା ଦ୍ବାରା ହୋଇଛି ତେବେ ସାପର ବିଷ ଯୁବତୀଙ୍କ ଶରୀରରେ ନିଶ୍ଚୟ ଭାବରେ ରହିଥିବ । ଆଉ ପୋଷ୍ଟମୋର୍ଟମ ପରେ ଏହା ସ୍ପଷ୍ଟ ହୋଇଯିବ । ଏହାସହ ସାପର ପୋଷ୍ଟମୋର୍ଟ ଦ୍ବାରା ଏହା ଜଣାପଡିବ ଯେ, ଉକ୍ତ ସାପ ବିଷାକ୍ତ କି ନୁହେଁ । ଏହାଛଡା ଏହାର ମଧ୍ୟ ସୂଚନା ମିଳିବ ଉକ୍ତ ବିଷ ସେହି ସାପରେ ନା ଆଉ କାହାର ।

ତେବେ ପୋଷ୍ଟମୋର୍ଟମ ପରେ ଏହି ସମସ୍ତ କଥା ସାମ୍ନାକୁ ଆସିଥିବା ସୂଚନା ଦେଇଛି ପୋଲିସ । ସାପ କାମୁଡାରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details