ଓଡିଶା

odisha

ETV Bharat / bharat

ସିଏମଙ୍କ ପରେ ଡେପୁଟି ସିଏମଙ୍କ କୋରୋନା ରିପୋର୍ଟ ନେଗେଟିଭ - bihar news

ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀଙ୍କ କୋରୋନା ଅନୁସନ୍ଧାନ ରିପୋର୍ଟ ନେଗେଟିଭ ଆସିବା ପରେ ଡେପୁଟି ସିଏମଙ୍କ କୋରୋନା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି । ଅଧିକ ପଢନ୍ତୁ...

ସିଏମଙ୍କ ପରେ ଡେପୁଟି ସିଏମଙ୍କ କୋରୋନା ରିପୋର୍ଟ ନେଗେଟିଭ
ସିଏମଙ୍କ ପରେ ଡେପୁଟି ସିଏମଙ୍କ କୋରୋନା ରିପୋର୍ଟ ନେଗେଟିଭ

By

Published : Jul 5, 2020, 6:39 PM IST

ପାଟନା: ବିହାର ଡେପୁଟି ସିଏମ ସୁଶୀଲ କୁମାର ମୋଦି ଓ ବିଧାନସଭା ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ମନ୍ତ୍ରୀମଣ୍ଡଳ ଚିନ୍ତା ମୁକ୍ତ ହୋଇଛନ୍ତି ।

ଏନେଇ ଡେପୁଟି ସିଏମ ସୁଶୀଲ ମୋଦି ତାଙ୍କ ଟ୍ୱିଟରରେ କୋରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ବୋଲି ସେୟାର କରିଛନ୍ତି। ଶନିବାର ସନ୍ଧ୍ୟାରେ ଏହି 2 ନେତାଙ୍କ ଅନୁସନ୍ଧାନ ପାଇଁ ନମୁନା ନିଆଯାଇଥିଲା।

ବିହାରରେ ବିଧାନ ପରିଷଦର ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂ ଏବଂ ତାଙ୍କ ପରିବାର କୋରୋନା ପଜିଟିଭ ଥିବା ଜଣାପଡିବା ପରେ, ଏହି ସମୟରେ ସିଏମଙ୍କ କୋରୋନା ଯାଞ୍ଚ ଆହୁରି ଭୟ ସୃଷ୍ଟି କରିଥିଲା। କିନ୍ତୁ ଶନିବାର ଯେତେବେଳେ ସିଏମଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ପ୍ରଶାସନ ଚିନ୍ତା ମୁକ୍ତ ହୋଇଥିଲା ।

ବାସ୍ତବରେ, ବିହାର ବିଧାନ ପରିଷଦର ସଭାପତି ଅତୀତରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସିଏମ ନୀତିଶଙ୍କ ସମ୍ପର୍କରେ ଆସିଥିଲେ। ଏହା ପରେ ସିଏମଙ୍କ ଠାରେ କୋରୋନା ସଂକ୍ରମିତ ହେବାର ଭୟ ଥିଲା। ଏହାପରେ ଡେପୁଟି ସିଏମ ମଧ୍ୟ ତାଙ୍କ ନମୁନା ପରୀକ୍ଷା କରିବାକୁ ଦେଇଥିଲେ ।

ABOUT THE AUTHOR

...view details