ଅମରାବତୀ: ସମାଜିକ ଦୂରତା ରକ୍ଷା ନକରି ଜଣେ ଟ୍ରକ ଡ୍ରାଇଭର କୋରୋନା ସଂକ୍ରମଣ ବ୍ୟାପିବାର କାରଣ ପାଲଟିଛନ୍ତି । ଆନ୍ଧ୍ରପ୍ରଦେଶ ବିଜୟୱାଡାର କ୍ରିଷ୍ଣା ଜିଲ୍ଲାରେ ଜମେ ଟ୍ରକ ଟ୍ରାଇଭର ସମୟ ଅତିବାହିତ କରିବା ପାଇଁ ନିଜ ସାଙ୍ଗ ଓ କିଛି ପଡୋଶୀଙ୍କ ସହ ମିଶି ତାସ ଖେଳିଥିଲେ । ପରେ ସେହି ଅଞ୍ଚଳରୁ 24 ଜଣ କୋରୋନା ଚିହ୍ନଟ ହୋଇଥିବା ଜଣାପଡିଛି ।
ନିୟମ ଭୁଲି ତାସ ଖେଳିଲେ ଟ୍ରକ ଡ୍ରାଇଭର, ଆକ୍ରାନ୍ତ ହେଲେ 24 - people not maintaing social distance
ବିଜୟୱାଡାର ଜଣେ ଟ୍ରକ ଡ୍ରାଇଭର ସାମାଜିକ ଦୂରତା ରକ୍ଷା ନକରି ସାଙ୍ଗ ଓ ପଡୋଶୀଙ୍କ ସହ ତାସ ଖେଳିବା ହେତୁ 24 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ନିୟମ ଭୁଲି ତାସ ଖେଳିଲେ ଟ୍ରକ ଡ୍ରାଇଭର, ଆକ୍ରାନ୍ତ ହେଲେ 24
ଖାଲି ଏହି ଜଣେ ନୁହେଁ କର୍ମିକାନଗର ଅଞ୍ଚଳରେ ଅନ୍ୟ ଏକ ଟ୍ରକ ଡ୍ରାଇଭର ମଧ୍ୟ ସାମାଜିକ ଦୂରତା ରକ୍ଷା କରିବାରୁ ସହରରେ 15 ନୂଆ ମାମଲା ସାମାନକୁ ଆସିଛି । ସାମାଜିକ ଦୂରତା ରକ୍ଷା ନକରିବା ହେତୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢାଇବାରେ ଏହା ମୁଖ୍ୟ କାରଣ ପାଲଟିଛି ।
ବିଜୟୱାଡା ରାଜ୍ୟର ହଟସ୍ପଟରେ ଯାଉଛି । ଏବେ ସୁଦ୍ଧା ପାଖାପାଖି 100 ମାମଲା ସାମନାକୁ ଆସିଲାଣି । ଗତ 24 ଘଣ୍ଟା ମଧ୍ୟରେ 25 ନୂଆ ମାମଲା ଆସିଥିବାବେଳେ ଲକଡାଉନ ନିୟମ କଡାକଡି ଭାବରେ ମାନିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।