ଓଡିଶା

odisha

ETV Bharat / bharat

ଗୌହାଟୀରେ ରେଡ ଆଲର୍ଟ ଜାରି, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ - ଗୌହାଟୀ

ଆସାମ ରାଜଧାନୀ ଗୌହାଟୀରେ ବୁଧବାର ସନ୍ଧ୍ୟାରେ ଗ୍ରେନେଡ ବିସ୍ଫୋରଣ ଘଟଣାରେ ରାଜଧାନୀରେ ରେର୍ଡ ଆଲର୍ଟ ଜାରି କରାଯାଇଛି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ କଥା ହୋଇ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

By

Published : May 16, 2019, 10:01 AM IST

ଗୌହାଟୀ: ଆସାମ ରାଜଧାନୀ ଗୌହାଟୀରେ ବୁଧବାର ସନ୍ଧ୍ୟାରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ଫଳରେ 12 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ରାଜଧାନୀରେ ରେଡ ଆଲର୍ଟ ଜାରି କରାଯାଇଛି । ଆକ୍ରମଣ ପାଇଁ ୟୁନାଇଟେଡ ଲିବେରେଶନ ଫ୍ରଣ୍ଟ ଅଫ ଆସାମ (ଉଲଫା)ର ମୁଖ୍ୟ ପରେଶ ବରୁହା ନିଜକୁ ଦାୟୀ କରିଛି ।

ଅନ୍ୟପଟେ ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଜଣାପଡିଛି । ସେପଟେ ଘଟଣାକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିବା ସହ ଡିଜିପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁଯାୟୀ, ଗୌହାଟୀର ଜୁ ରୋଡ ନିକଟସ୍ଥ ସେଣ୍ଟ୍ରାଲ ମଲ ନିକଟରେ ଏହି ଆକ୍ରମଣ ହୋଇଛି । ଏଥିରେ 11 ଜଣ ଆହତ ହୋଇଥିବା ଜଣାପଡିଛି । ସନ୍ଧ୍ୟା ପ୍ରାୟ 8.05ରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି । ଆହତମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ସେମାନଙ୍କୁ ଗୌହାଟୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details