ଓଡିଶା

odisha

ETV Bharat / bharat

ଆପ୍ ବ୍ୟାନ ପରେ 6 ବିଲିୟନ ଡଲାର କ୍ଷତି ସହିବ ଟିକଟିକ୍ ମଦର କମ୍ପାନୀ ବାଇଟ ଡ୍ୟାନ୍ସ - After being banned in India, Tik Tok's mother company ByteDance may suffer $ 6 billion

ଚୀନ୍ ସହିତ ଗଲୱାନ ଭ୍ୟାଲିରେ ହିଂସାତ୍ମକ ସଂଘର୍ଷ ପରଠାରୁ ସୁରକ୍ଷା କାରଣ ଦର୍ଶାଇ ମୋଦୀ ସରକାର ଭାରତରେ ଚୀନ୍‌ର 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ଚାଇନାର ଇଣ୍ଟରନେଟ୍ କମ୍ପାନୀ ବାଇଟ୍ ଡାନ୍ସ 6 ବିଲିୟନ ଡଲାର କ୍ଷତି ସହିଛି ବୋଲି ଗ୍ଲୋବାଲ ଟାଇମ୍ସ କହିଛି । ଅଧିକ ପଢନ୍ତୁ...

ଆପ୍ ବ୍ୟାନ ପରେ 6 ବିଲିୟନ ଡଲାର କ୍ଷତି ସହିବ ଟିକଟିକ୍ ମଦର କମ୍ପାନୀ ବାଇଟ ଡ୍ୟାନ୍ସ
ଆପ୍ ବ୍ୟାନ ପରେ 6 ବିଲିୟନ ଡଲାର କ୍ଷତି ସହିବ ଟିକଟିକ୍ ମଦର କମ୍ପାନୀ ବାଇଟ ଡ୍ୟାନ୍ସ

By

Published : Jul 2, 2020, 3:24 PM IST

ନୂଆଦିଲ୍ଲୀ: ଚୀନ୍ ସହିତ ଗଲୱାନ ଭ୍ୟାଲିରେ ହିଂସାତ୍ମକ ସଂଘର୍ଷ ପରଠାରୁ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ, ସୁରକ୍ଷା କାରଣ ଦର୍ଶାଇ ମୋଦି ସରକାର ଭାରତରେ ଚୀନ୍‌ର 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ଚୀନ ଅଧିକ କ୍ଷତି ସହିବ ବୋଲି ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି । ଗତ ମାସରେ ଭାରତ ଏବଂ ଚୀନ ସୈନ୍ୟ ମଧ୍ୟରେ ମାରାତ୍ମକ ସୀମା ବିବାଦ ପରେ ଭାରତ ସରକାର ଟିକ୍ ଟକ୍ ସମେତ 59 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଚାଇନାର ଇଣ୍ଟରନେଟ୍ କମ୍ପାନୀ ବାଇଟ୍ ଡାନ୍ସ 6 ବିଲିୟନ ଡଲାର ହରାଇଛି। ଯାହା ଟିକ୍ ଟକ୍ ର ମଦର କମ୍ପାନୀ ବୋଲି କୁହାଯାଏ ବୋଲି ଗ୍ଲୋବାଲ ଟାଇମ୍ସ ଏକ ଟ୍ବିଟ କରି କହିଛି।

ନିଷିଦ୍ଧ ହୋଇଥିବା ଆପଗୁଡ଼ିକ ମଧ୍ୟରେ ଟିକ୍ ଟକ୍, ୟୁସି ବ୍ରାଉଜର, ସେୟାରିଟି ଇତ୍ୟାଦି ଅଛି । ଏମାନଙ୍କ ବ୍ୟତୀତ ହେଲୋ, ଲାଇକ୍, କ୍ୟାମ ସ୍କାନର୍, ଶିନ୍ କ୍ୱାଇକୁ ମଧ୍ୟ ନିଷେଧ କରାଯାଇଛି। ଏପରିକି Baidu Map, KY, DU ବ୍ୟାଟେରୀ ସ୍କାନରକୁ ମଧ୍ୟ ନିଷେଧ କରାଯାଇଛି । ଏହାପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଚାଇନା ଆପର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ନିଷିଦ୍ଧ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ କିମ୍ବା ଲୋକଙ୍କୁ ତୁରନ୍ତ ମୋବାଇଲରୁ ହଟାଇବାକୁ କୁହାଯାଉ। ଏହା ପଛରେ କାରଣ ହେଉଛି ଚୀନ୍ ଭାରତୀୟ ତଥ୍ୟକୁ ହ୍ୟାକ୍ କରିପାରେ ।

ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ହୋଇଥିବା ହିଂସାକାଣ୍ଡରେ ଭାରତର 20 ଯବାନ ଶହୀଦ ହୋଇଥିଲେ। ସେବେଠାରୁ ଚୀନ୍ ଏବଂ ଏହାର ଉତ୍ପାଦ ସମେତ ସମସ୍ତ ଆପ୍ ବିଷୟରେ ଭାରତର ଲୋକଙ୍କ ମଧ୍ୟରେ ହିଂସା ବଢିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆତ୍ମନିର୍ଭରଶୀଳ ଭାରତ ହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ABOUT THE AUTHOR

...view details