ଓଡିଶା

odisha

ETV Bharat / bharat

ରାମ ମନ୍ଦିର ପରେ ମସଜିଦ ନିର୍ମାଣ ପାଇଁ ଦାନ ସଂଗ୍ରହ କରିବ ଇଣ୍ଡୋ-ଇସଲାମିକ୍ ଟ୍ରଷ୍ଟ - ଇଣ୍ଡୋ-ଇସଲାମିକ୍ ଟ୍ରଷ୍ଟ

ସୁନ୍ନି ୱାକଫ ବୋର୍ଡ ଦ୍ବାରା ଏକ ମସଜିଦ ଟ୍ରଷ୍ଟ ଗଠନ କରାଯାଇଛି । ଧନନିପୁର ଗ୍ରାମରେ ପାଞ୍ଚ ଏକର ଜମିରେ ଏକ ମସଜିଦ, ଡାକ୍ତରଖାନା, କମ୍ୟୁନିଟି ରୋଷେଇ ଘର ଏବଂ ଲାଇବ୍ରେରୀ ନିର୍ମାଣ ପାଇଁ ଦାନ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ କୌମସି ବି ଧର୍ମ, ସଂଗଠନ ଦାନ ଦେଇପାରିବେ ।

ସୁନ୍ନି ୱାକଫ ବୋର୍ଡ
ସୁନ୍ନି ୱାକଫ ବୋର୍ଡ

By

Published : Aug 31, 2020, 12:40 PM IST

ଲକ୍ଷ୍ନୌ: ସୁନ୍ନି ୱାକଫ ବୋର୍ଡ ଦ୍ବାରା ଏକ ମସଜିଦ ଟ୍ରଷ୍ଟ ଗଠନ କରାଯାଇଛି । ଧନନିପୁର ଗ୍ରାମରେ ପାଞ୍ଚ ଏକର ଜମିରେ ଏକ ମସଜିଦ, ଡାକ୍ତରଖାନା, କମ୍ୟୁନିଟି ରୋଷେଇ ଘର ଏବଂ ଲାଇବ୍ରେରୀ ନିର୍ମାଣ ପାଇଁ ଦାନ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ କୌମସି ବି ଧର୍ମ, ସଂଗଠନ ଦାନ ଦେଇପାରିବେ । ଏଥିପାଇଁ ଟ୍ରଷ୍ଟ ବ୍ୟାଙ୍କ ବିବରଣୀ ଜାରି କରିଛି ।

ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ଫାଉଣ୍ଡେସନ 2ଟି ବ୍ୟାଙ୍କ ଆକାଉଣ୍ଟ ଜାରି କରିଛି । ଟ୍ରଷ୍ଟ ସଚିବ ଅଥର ହୁସେନ୍ କହିଛନ୍ତି ଯେ ଧନନିପୁର କମ୍ପ୍ଲେକ୍ସ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ହେବ । ଏଠାରେ ଆରୋଗ୍ୟତା, ଶିକ୍ଷାଦାନ ଓ ପ୍ରଚାରର କେନ୍ଦ୍ର କରିବା ପାଇଁ ଆମେ ସମସ୍ତ ସମ୍ପ୍ରଦାୟର ଦାନ ଗ୍ରହଣ କରିବୁ। ସେ କହିଛନ୍ତି, ଦାନ ଗ୍ରହଣ କରିବାକୁ ଆମେ ଏକ ଗେଟୱେ ସହିତ ଟ୍ରଷ୍ଟର ଏକ ୱେବସାଇଟ୍ ଏବଂ ପୋର୍ଟାଲ୍ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛୁ କାରଣ ଆମେ ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କଠାରୁ ଅନେକ କଲ୍ ଗ୍ରହଣ କରୁଛୁ।

ସମସ୍ତ ସଂଗଠନ ଠାରୁ ଦାନ ଗ୍ରହଣ କରାଯାଇ ଏହି କମ୍ପ୍ଲେକ୍ସ ନିର୍ମାଣ କରାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ସରକାରଙ୍କଠାରୁ ମଧ୍ୟ ଦାନର ଆଶା ରଖୁଛୁ । ଅନ୍ୟପକ୍ଷେ ଆସାମ ସାଂସଦ ଅବଦୁଲ୍ ଖାଲିକ ଦାନ ଦେଇଥିବା ସେ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପୂର୍ବରୁ ହିଁ ଦାନ ଆଦାୟ କରିବା ଆରମ୍ଭ କରିଦେଇଥିଲା । ଅନ୍ୟପକ୍ଷେ ଇଣ୍ଡୋ-ଇସଲାମିକ ସାଂସ୍କୃତି ଫାଉଣ୍ଡେସନ 9 ଜଣ ସଦସ୍ୟଙ୍କୁ ନିର୍ମାଣ ହୋଇଛି । ଆଉ 6 ଜଣଙ୍କୁ ଏଥିରେ ମଧ୍ୟ ସାମିଲ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details