ଓଡିଶା

odisha

ETV Bharat / bharat

50 ଘଣ୍ଟା ପରେ ଉଦ୍ଧାର ହେଲା ଦେଢବର୍ଷର ଶିଶୁ

୬୦ ଫୁଟ୍‌ ଗଭୀର ଏକ ବୋର୍‌ୱେଲରେ ଖସି ପଡ଼ିଥିବା  ୧୮ ମାସର ଶିଶୁ ନଦୀମକୁ ଉଦ୍ଧାର କରାଯାଇଛି । ଘଟଣାର ଦୀର୍ଘ 50 ଘଣ୍ଟା ପରେ ଶୁକ୍ରବାର ସନ୍ଧ୍ୟାରେ ଶିଶୁଟି ଉଦ୍ଧାର ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଏଏନଆଇ

By

Published : Mar 22, 2019, 6:57 PM IST

ଚଣ୍ଡିଗଡ: ୬୦ ଫୁଟ୍‌ ଗଭୀର ଏକ ବୋର୍‌ୱେଲରେ ଖସି ପଡ଼ିଥିବା ୧୮ ମାସର ଶିଶୁ ନଦୀମକୁ ଉଦ୍ଧାର କରାଯାଇଛି । ଘଟଣାର ଦୀର୍ଘ 50 ଘଣ୍ଟା ପରେ ଶୁକ୍ରବାର ସନ୍ଧ୍ୟାରେ ଶିଶୁଟି ଉଦ୍ଧାର ହୋଇଛି । ତେବେ ପ୍ରାଥମିକ ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି । ଘଟଣାଟି ଘଟିଛି ହରିୟାଣାର ହିସାର ଜିଲ୍ଲାର ।

ସୂଚନା ମୁତାବକ, ବାଲସମନ୍ଦ ଗ୍ରାମର ନଦିମ ଖାନ ବୁଧବାର ସନ୍ଧ୍ୟାରେ ଖେଳୁଥିବା ବେଳେ ଏକ ନିର୍ମାଣଧୀନ ବୋର୍‌ୱେଲ ଭିତରକୁ ଖସି ପଡ଼ିଥିଲା। ଶିଶୁଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ଚିତ୍କାର କରିବାରୁ ସେଠାରେ ଭିଡ ଜମିଯାଇଥିଲା । ଖବର ପାଇ ଭାରତୀୟ ସେନା, ଏନ୍‌ଆର୍‌ଡିଏଫ୍‌ କର୍ମଚାରୀ ଓ ସ୍ଥାନୀୟ ସରକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ସଙ୍ଗେ ସଙ୍ଗେ ବୋର୍‌ୱେଲ ଭିରତକୁ ଅମ୍ଳଜାନ ଥଳି ପକାଯାଇଥିଲା । ଫଳରେ ଶିଶୁଟିକୁ ନିଶ୍ୱାସ ନେବାରେ କୌଣସି ସମସ୍ୟା ଉପୁଜିନଥିଲା । ଶିଶୁଟିକୁ ବଞ୍ଚାଇ ରଖିବା ପାଇଁ ବିସ୍‌କୁଟ୍‌ ଏବଂ ଫଳ ମଧ୍ୟ ବୋର୍‌ୱେଲ ଭିରତକୁ ପଠାଯାଇଥିଲା ।

ABOUT THE AUTHOR

...view details