ଓଡିଶା

odisha

ETV Bharat / bharat

ଆଫ୍ରିକାନ ସ୍ବାଇନ୍ ଫ୍ଲୁ ଆତଙ୍କ: ଆସାମର 10 ଜିଲ୍ଲାରେ 14ହଜାର ଘୁଷୁରୀ ମୃତ - ଆଫ୍ରିକାନ ସ୍ବାଇନ୍ ଫ୍ଲୁ ଘୁଷୁରୀ ମୃତ

କୋରୋନା କାଳରେ ଆଫ୍ରିକୀୟ ସ୍ବାଇନ୍ ଫ୍ଲୁ ବ୍ୟାପିବାରେ ଲାଗୁଛି । ଆସାମରେ ଏହି ଫ୍ଲୁ ଏବେ ଭୟଙ୍କର ହେବାରେ ଲାଗିଛି । ଆଫ୍ରିକୀୟ ସ୍ବାଇନ୍ ଫ୍ଲୁରେ ଏପର୍ଯ୍ୟନ୍ତ 10 ଟି ଜିଲ୍ଲାରେ 14,000 ରୁ ଅଧିକ ଘୁଷୁରୀ ପ୍ରାଣ ହରାଇ ସାରିଲେଣି । ଅଧିକ ପଢନ୍ତୁ...

assam
assam

By

Published : May 12, 2020, 10:12 PM IST

ଗୌହାଟୀ: ଭାରତର କୋରୋନାଭାଇରସ ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଉଛି । ଏହାଭିତରେ କୋରୋନା କାଳରେ ଆଫ୍ରିକୀୟ ସ୍ବାଇନ୍ ଫ୍ଲୁ ବ୍ୟାପିବାରେ ଲାଗୁଛି । ଆସାମରେ ଏହି ଫ୍ଲୁ ଏବେ ଭୟଙ୍କର ହେବାରେ ଲାଗିଛି । ଆଫ୍ରିକୀୟ ସ୍ବାଇନ୍ ଫ୍ଲୁରେ ଏପର୍ଯ୍ୟନ୍ତ 10ଟି ଜିଲ୍ଲାରେ 14,000ରୁ ଅଧିକ ଘୁଷୁରୀ ପ୍ରାଣ ହରାଇ ସାରିଲେଣି ।

ସଂକ୍ରମଣ ଓ ମୃତ୍ୟୁ ଭୟରେ ଘୁଷୁରୀଙ୍କ ମୃତ ଦେହକୁ ଗଭୀର ଗାତରେ ପୋତିବା ପାଇଁ ସରକାର ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଘୁଷୁରିଗୁଡିକ ଜନବହୁଳ ଅଞ୍ଚଳରେ ପ୍ରବେଶ ନକରିବା ପାଇଁ ଏହି କେନାଲ ଖୋଳା ଯାଇଛି ।

ଆସାମ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ, ଆଫ୍ରିକାନ ସ୍ବାଇନ୍ ଫ୍ଲୁ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ 10ଟି ଜିଲ୍ଲାର 14,465 ଘୁଷୁରିଙ୍କର ମୃତ୍ୟୁ ଘଟିଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଏହାସହ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରି ବଣୁଆ ଘୁଷୁରୀକୁ ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, 2019 ପଶୁଗଣନା ଅନୁଯାୟୀ ରାଜ୍ୟରେ ଘୁଷୁରିଙ୍କ ସଂଖ୍ୟା 21 ଲକ୍ଷ ଥିଲା, ଯାହା ପ୍ରାୟ 30 ଲକ୍ଷକୁ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ କେନ୍ଦ୍ରର ଅନୁମୋଦନ ସତ୍ତ୍ବେ ଘୁଷୁରିମାନଙ୍କୁ ତୁରନ୍ତ ହତ୍ୟା ନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ରୋଗ ବ୍ୟାପିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details