ଓଡିଶା

odisha

କୋରୋନା ସହାୟତା ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି

କୋରୋନା ସମ୍ବନ୍ଧୀୟ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ।

By

Published : Jul 7, 2020, 6:15 PM IST

Published : Jul 7, 2020, 6:15 PM IST

କୋରୋନା ସହାୟତା ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି
କୋରୋନା ସହାୟତା ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି

ନୂଆଦିଲ୍ଲୀ: କୋରୋନା ନେଇ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି । ଏହାସହ ଦକ୍ଷିଣ ଏସିଆରେ ସମନ୍ୱିତ ଉଦ୍ୟମ ପାଇଁ ସାର୍କ ନେତାଙ୍କ ବୈଠକ ଆୟୋଜନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ଘାନି । ତାଲିବାନ ସହ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଉପରେ ଆଲୋଚନା କରିବା ପାଇଁ ସେ ଡାକିଥିବା ଏକ ଭର୍ଚୁଆଲ୍ ବୈଠକରେ ଆଫଗାନିସ୍ତାନ ରାଷ୍ଟ୍ରପତି ଏହା କହିଛନ୍ତି ।

ମିଳିତ ଜାତିସଂଘ ସମେତ ଅନ୍ୟ 20 ଟି ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଆଫଗାନିସ୍ତାନର ଶାନ୍ତି ଏବଂ ପୁନଃନିର୍ମାଣ ପ୍ରକ୍ରିୟା ଏବଂ ଗଣତାନ୍ତ୍ରିକ ତଥା ସାର୍ବଭୌମ ଆଫଗାନିସ୍ତାନ ପାଇଁ ଆଞ୍ଚଳିକ ଭାଗିଦାରୀଙ୍କ ସମର୍ଥନ ଉପରେ ଆଲୋଚନା କରାଯାଇଥିଲା ।

ABOUT THE AUTHOR

...view details