ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ 13 ତମ ଏରୋ ଇଣ୍ଡିଆ ଶୋ’ର ଆଜି ଶେଷ ଦିନ । ଏସିଆର ସର୍ବବୃହତ ଏରୋ ଇଣ୍ଡିଆ ଶୋ’ର ସାକ୍ଷୀ ରହିଲା ସାରା ବିଶ୍ବ । ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ । ମଝି ଆକାଶରେ ଆକର୍ଷଣୀୟ କଳାକୌଶଳ । ତେଜସଠୁ ସୁଖୋଇ, ରାଫେଲରୁ ଚିନୁକ୍ ଦେଖାଇଛନ୍ତି ନିଜର ପରାକ୍ରମ । ଏହାସହ ଭବିଷ୍ୟତ ଯୁଦ୍ଧକୁ ନଜରରେ ରଖି ମର୍ଡନ୍ ଓ୍ବିପନ୍ ପ୍ରଦର୍ଶନ କରିଛି ଡିଆରଡିଓ । ପଞ୍ଚମ ପିଢିର ଯୁଦ୍ଧବିମାନଠୁ ଆରମ୍ଭ କରି କିଲର ଡ୍ରୋନ୍...ଲାଇଟ୍ କମ୍ବାଟ୍ ହେଲିକପ୍ଟରର ପ୍ରଥମ ଝଲକ ବିଶ୍ବ ସମ୍ମୁଖକୁ ଆଣିଛି ଡିଆରଡିଓ । ଏପରିକି ଏରୋ ଇଣ୍ଡିଆ ଶୋର ପ୍ରଥମ ଦିନରେ 83 ତେଜସ ଜେଟ କ୍ରୟ ନେଇ ହାଲ ସହିତ ଭାରତୀୟ ବାୟୁସେନାର ହୋଇଥିଲା ଚୁକ୍ତି । ଏହା ବ୍ୟତୀତ ସାରଙ୍ଗ ଓ ସୂର୍ଯ୍ୟକିରଣ ହେଲିକପ୍ଟର ଟିମ ଏକା ସହ ଦେଖାଇଛନ୍ତି ଦମ ।
ଏରୋ ଇଣ୍ଡିଆ 2021: ଆକାଶରେ ଆତ୍ମନିର୍ଭର ଭାରତର ଝଲକ - ଆତ୍ମନିର୍ଭର ଭାରତ
13 ତମ ଏରୋ ଇଣ୍ଡିଆ ଶୋ’ର ଆଜି ଶେଷ ଦିନ । ର୍ବବୃହତ ଏରୋ ଇଣ୍ଡିଆ ଶୋର ସାକ୍ଷୀ ରହିଲା ସାରା ବିଶ୍ବ । ମଝି ଆକାଶରେ ଆକର୍ଷଣୀୟ କଳାକୌଶଳ । ଅଧିକ ପଢନ୍ତୁ...
ଏରୋ ଇଣ୍ଡିଆ 2021:ଆକାଶରେ ଆତ୍ମନିର୍ଭର ଭାରତର ଝଲକ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 5, 2021, 8:29 PM IST